Odia News Portal

ବାରିପଦା କୋଭିଡ୍ ହସ୍ପିଟାଲକୁ ଜିଲ୍ଲାପାଳଙ୍କ ତରଫରୁ ମିଳିଲା କ୍ଲିନଚିଟ୍

*ସୋସିଆଲ ମିଡିଆରେ ଭାଇରାଲ ହେଉଛି କୋଭିଡ୍ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ଅବହେଳା ଭିଡିଓ ।

ମୟୂରଭଞ୍ଜ: ସୋସିଆଲ ମିଡିଆରେ ବାରିପଦା କୋଭିଡ୍ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ଅବହେଳା ନେଇ ଭିଡିଓ ଭାଇରାଲ ହେବା ପରେ ଗତକାଲି ସନ୍ଧ୍ୟାରେ ହସ୍ପିଟାଲ୍ ଭିତରକୁ ପିପିଇ କିଟ୍ ପିନ୍ଧି ମୟୂରଭଞ୍ଜ ଜିଲ୍ଲାପାଳ ସଂକ୍ରମିତ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ ।

ତେବେ ସ୍ଥିତି ଅନୁଧ୍ୟାନ କରିବା ପରେ ବାରିପଦା କୋଭିଡ୍ ହସ୍ପିଟାଲ୍ କୁ କ୍ଲିନଚିଟ୍ ଦେଇଛନ୍ତି ଜିଲ୍ଲାପାଳ । ଡାକ୍ତରଖାନା ଭିତରେ କୌଣସି ଅସୁବିଧା ନାହିଁ । ସବୁ ପ୍ରକାର ସୁବିଧା ରୋଗୀଙ୍କୁ ଯୋଗାଇ ଦିଆଯାଉଛି । ଜିଲ୍ଲାପାଳଙ୍କ ଏହି ଟ୍ୱିଟ ପରେ ସାଧାରଣରେ ହସ୍ପିଟାଲର ସ୍ଵାସ୍ଥ୍ୟବସ୍ଥା ନେଇ ଅନେକ ପ୍ରଶ୍ନ ଉଠୁଛି । ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେଉଥିଲା ତାହା କେଉଁଠୁ ଆସିଲା ଏବଂ ସେହି ଭିଡ଼ିଓରେ କିଛି ସତ୍ୟାସତ୍ୟ ଅଛି କି ନାହିଁ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।