Odia News Portal

ଧଳା ଜହର କବଜାରେ ଭଦ୍ରକ, ୭ ଗିରଫ

ଭଦ୍ରକ: ପୁଣି ଥରେ ଭଦ୍ରକ ଜିଲ୍ଲାରୁ ଜବତ ହେଲା ବ୍ରାଉନସୁଗାର ଆଉ ଏଥିସହ ଜବତ ହୋଇଛି ବନ୍ଧୁକ ଓ ବିଭିନ୍ନ ପ୍ରକାର ମାରାଣାସ୍ତ୍ର | ଭଦ୍ରକ ଗ୍ରାମାଞ୍ଚଳ ଥାନାର ବିଭିନ୍ନ ଅଞ୍ଚଳରୁ ୫୧୬ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି ପୋଲିସ | ଜବତ ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି |

ଏଥିରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ | ତେବେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ମହିଳା ଅଛନ୍ତି | ଅଭିଯୁକ୍ତଙ୍କ ନିକଟରୁ ୧୦ଟା ମୋବାଇଲ ଫୋନ, ୩ଟି ଖଣ୍ଡା, ୩ଟି ଅଫୁଟା ଗୁଳି, ୩ଟି ମ୍ୟାଗାଜିନ, ଗୋଟିଏ ବନ୍ଧୁକ ସହ ୨ଟି ବାଇକ ଜବତ କରାଯାଇଛି | ବହୁ ଦିନ ଧରି ଭଦ୍ରକରେ ଏମାନେ ବ୍ରାଉନ ସୁଗାର ବେପାର ଚଳାଇ ଆସୁଥିଲ , ଯାହାକି ପୋଲିସର ସ୍କାନରରେ ଥିଲା | ଭଦ୍ରକ ଗ୍ରାମାଞ୍ଚଳ ପୋଲିସର ଏକ ଟିମ ରାଣୀତାଲ ଅଞ୍ଚଳରେ ଥିବା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଚଢାଉ କରି ଏହି ସଫଳତା ପାଇଛି |

କିଛି ଦିନ ତଳେ ଜିଲ୍ଲା ପୋଲିସର ଅଜଣାତରେ ଏସଟିଏଫର ଏକ ଟିମ ଭଦ୍ରକରୁ ଏକ କିଲୋଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନ ସୁଗାର ଜବତ କରିଥିଲା | ତେବେ ଏସଟିଏଫ ର କାର୍ଯ୍ୟାନୁଷ୍ଠାନ ପରେ ଜ଼ିଲ୍ଲା ପୋଲିସ ଧଳାଜହର ବିରୋଧରେ ତାହାର ଅଭିଯାନ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛିି | ବ୍ରାଉନ ସୁଗାର ହେଉ କି ଅନ୍ୟ ନିଶା ଦ୍ରବ୍ୟ, ଯେଉଁ ମାନେ ଏଥିରେ ସମ୍ପୃକ୍ତ ଥିବେ ସେମାନଙ୍କ ଉପରେ ଜ଼ିଲ୍ଲା ପୋଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଆଜି ସାମ୍ବାଦିକ ସମ୍ନିଳନୀରେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ସଫେଇ ଦେଇଛନ୍ତି |