Odia News Portal

ଭୀମଟାଙ୍ଗୀ ମର୍ଡର ମିଷ୍ଟ୍ରୀ, ବାଉଳି ହେଉଛିି ଜଗନ୍ନାଥ

ଭୁବନେଶ୍ୱର: ନିକଟରେ ରାଜଧାନୀ ଭୁବନେଶ୍ୱର ଭୀମଟାଙ୍ଗୀରେ ଘଟିଥିବା ହତ୍ୟାକାଣ୍ଡକୁ ନେଇ ଏବେ ମଧ୍ୟ ଚର୍ଚ୍ଚା ଲାଗି ରହିଛି । ତେବେ ଅଭିଯୁକ୍ତ ଜଗନ୍ନାଥ ଏବେ ଚିକିତ୍ସିତ ହେବା ଲାଗି କ୍ୟାପିଟାଲ ହସ୍ପିଟାଲରେ ରହିଛି । ତେବେ ସେ ହସ୍ପିଟାଲରେ ବାଉଳି ଚାଉଳି ହେଉଥିବା ଦେଖିବାକୁ ମିଳିଛି । ହଠାତ ଶୋଇ ପଡୁଛି ଓ ଉଠି ପଡି କାନ୍ଦିବାକୁ ଲାଗୁଛି । ପ୍ରେମିକା ରିଙ୍କିକୁ ଭାବି ମନେ ମନେ ଗୁଣୁଗୁଣୁ ହେଉଛି । ଏକ ପ୍ରକାର ମାନସିକ ଭାରସାମ୍ୟ ହରାଇବା ଭଳି ବ୍ୟବହାର କରୁଛି ଜଗନ୍ନାଥ । ଯାହାକୁ ଦେଖି ଡରି ଯାଉଛନ୍ତି ନର୍ସମାନେ । ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ଯାଏଁ ଚିକିତ୍ସା ଚାଲିବା ବୋଲି କୁହାଯାଇଛି । ସେପଟେ ପୋଲିସ ତଦନ୍ତ ଜାରି ରଖିଛି ।

ସୂଚନା ଥାଉକି, ରାଜଧାନୀର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗି ଅଞ୍ଚଳରେ ମୃତକ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓ ତାଙ୍କ ସ୍ୱାମୀ ରାକେଶ ସାହୁ ଏବଂ ୩ବର୍ଷର ପୁଅ ଘର ଭଡ଼ା ନେଇ ରହୁଥିଲେ । ଗତ ସୋମବାର ଯାଜପୁରର ଜଗନ୍ନାଥ ପ୍ରଧାନ ନାମକ ଜଣେ ଯୁବକ ପ୍ରିୟଙ୍କାଙ୍କ ଘରେ ପଶି ତାଙ୍କୁ ହତ୍ୟା କରିଥିଲା । ପରେ ଭିଡ଼ିଓ କଲ୍ କରି ପ୍ରିୟଙ୍କାଙ୍କ ସ୍ୱାମୀକୁ ସ୍ତ୍ରୀ’କୁ ଦେଖାଇଥିଲା । ଏହାପରେ ନିଜେ ବିଷ ପିଇ ଓ ହାତକାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା । ସୌଭାଗ୍ୟବଶଃତ ୩ବର୍ଷର ପୁଅ ଘରମାଲିକଙ୍କ ପାଖକୁ ପଳାଇଯାଇଥିଲେ । ନହେଲେ ତାକୁ ବି ଅଭିଯୁକ୍ତ ମାରିବାର ଯୋଜନା କରିଥିଲା । ଏସମ୍ପର୍କରେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରିୟଙ୍କାଙ୍କ ମୃତଦେହ ଉଦ୍ଧାର କରିବା ସହ ଜଗନ୍ନାଥକୁ ହସ୍ପିଟାଲ ପଠାଇଥିଲା । ଏହାପରେ ସେଠାରୁ ସୁଇସାଇଡ୍ ନୋଟ୍ ସମେତ ଛୁରି ଓ ତଦନ୍ତ ସାପେକ୍ଷ ଜିନିଷ ଜବତ କରିଥିଲା ।