Odia News Portal

ଭୀମଟାଙ୍ଗୀ ମର୍ଡର ମିଷ୍ଟ୍ରି, ଜେରା ସମୟରେ ହତ୍ୟାକୁ ନେଇ ଏମିତି କହିଲା ଜଗନ୍ନାଥ

ଭୁବନେଶ୍ୱର: ରାଜଧାନୀରେ ନିକଟରେ ଘଟିଥିବା ପ୍ରିୟଙ୍କା ହତ୍ୟାକାଣ୍ଡକୁ ଲାଗି ରହିଛି ସସପେନ୍ସ । ଯଦିଓ ଖବରକୁ ନେଇ ଅନେକ ତଥ୍ୟ ମିଳିଥିଲା ତେବେ ଅଭିଯୁକ୍ତ ଜଗନ୍ନାଥର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ତାକୁ ଜେରା କରାଯାଇନଥିଲା । ସୁସ୍ଥ ହେବା ପରେ ଆଜି ଏୟାରଫିଲ୍ଡ ଥାନାରେ ପୋଲିସ ଜେରା କରିବା ସମୟରେ ହତ୍ୟାକୁ ନେଇ ବିଭିନ୍ନ କଥା କହିଛି ଅଭିଯୁକ୍ତ ଜଗନ୍ନାଥ ।

ଘଟଣା ଘଟିତବା ଦିନ ଜଗନ୍ନାଥ ମିଠା, ଚକୋଲେଟ,ଥଣ୍ଡା,ଛୁରୀ ଏବଂ ବିଷ ନେଇ ଆସିଥିଲା । ଏପରିକି ପ୍ରିୟଙ୍କା ଏବଂ ତାଙ୍କ ପୁଅ ସହ ସେଲଫି ମଧ୍ୟ ନେଇଥିଲା । ତେବେ ଏହି ସମୟରେ ଘର ମାଲିକ ଦହିବରା ଧରି ଆସିଥିଲେ । ମାଲିକଙ୍କୁ ଦେଖି ବାଥରୁମ ଭିତରେ ଲୁଚି ପଡ଼ିଥିଲା ଜଗନ୍ନାଥ । ତେବେ ଘର ମାଲିକଙ୍କ ସହ କୁନି ପୁଅଟି ଦହିବରା ଖାଇବା ଲାଗି ଯାଇଥିଲା । ଏହାପରେ ଜଗନ୍ନାଥ ପ୍ରିୟଙ୍କାଙ୍କ ମୁଣ୍ଡରେ ସିନ୍ଦୁର ଦେବା ସହ ତାସହ ଫେରାର ହେବାକୁ କହିଥିଲା । ରାଜି ନହେବାରୁ ସେ ମାରି ଦେଇଥିଲା । ଏପରିକି ଜୋରଜବରଦସ୍ତ ସିନ୍ଦୁର ମଧ୍ୟ ପିନ୍ଧାଇଥିଲା । ସବୁଠାରୁ ବଡ଼ କଥା ହେଉଛି କି, ୪ଦିନ ପୂର୍ବରୁ ଜଗନ୍ନାଥ ସୁଇସାଇଡ ନୋଟ୍ ପ୍ରସ୍ତୁତ କରି ରଖିଥିଲା । ଆଜି ପୋଲିସ ଆଗରେ ସତ ମାନିବା ପରେ ସୂଚନା ଦେଇଛନ୍ତି ଡିସିପି ।