Odia News Portal

କଟାମୁଣ୍ଡ ମାମଲା: ଡେମୋ ଦେଖାଇଲେ ଅଭିଯୁକ୍ତ

ଭୁବନେଶ୍ୱର: ରାଜଧାନୀରେ ମୁଣ୍ଡବିହୀନ ହତ୍ୟା ମାମଲାର ସିନ ରିକ୍ରିଏସନ କଲା ପୋଲିସ । ହତ୍ୟାର ୨ ଅଭିଯୁକ୍ତଙ୍କୁ ଧରି ଫୁଲେଶ୍ୱରୀ ବସ୍ତିକୁ ନେଇ ସିନ ରିକ୍ରିଏସନ କଲା ପୋଲିସ । ପୁଷ୍ପଲତାଙ୍କୁ ସଂଜୟ କିପରି ହତ୍ୟା କରିଥିଲା ସେ ନେଇ ଗୋଟି ଗୋଟି କରି ଡୋମୋ ଦେଖାଇଛି ଅଭିଯୁକ୍ତ ।

ବିବାହ ବିବାଦରୁ ପୁଷ୍ପଲତାକୁ ବିଭତ୍ସ ଭାବେ ମୁଣ୍ଡକାଟି ହତ୍ୟା କରିଥିଲା ସଂଜୟ ।ପ୍ରଥମେ ତଣ୍ଟି ଚିପି ହତ୍ୟା ପରେ ମୁଣ୍ଡଠୁ ଶରୀରରୁ କାଟି ଅଲଗା କରିବା ପରେ ରାସ୍ତାକଡ଼ରେ ଅତି ନିର୍ମମ ଭାବେ ଫୋପାଡି ଦେଇଥିଲେ । ପୋଲିସ ମହିଳାଙ୍କୁ ମୁଣ୍ଡବିହୀନ ଶରୀର ଅନ୍ଧାରୁଆ-ଦାସୁପୁର ରାସ୍ତାରୁ ପାଇବା ପରେ ମହିଳାଙ୍କୁ ଚିହ୍ନଟ ପାଇଁ ୮ଦିନ ପର୍ଯ୍ୟନ୍ତ ଅନ୍ଧାରରେ ବାଡ଼ି ବୁଲାଇଥିଲା । ମହିଳାଙ୍କ ପୋଷାକ ଆଧାରରେ ପୋଷ୍ଟର ବନାଇ ବିଭିନ୍ନ ସ୍ଥାନରେ ଲଗା ଯାଇଥିଲା ।

ତେବେ ଏହି ଘଟଣାରେ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଥିଲେ ଜନତା | କିନ୍ତୁ ସବୁ କଳ୍ପନା ଜଳ୍ପନା, ଆଶା ଆଶଙ୍କାକୁ ପଛରେ ପକାଇ ୮ଦିନର କଠୋର ପରିଶ୍ରମ ପରେ ଶେଷରେ ପୋଲିସ ହାତରେ ଲାଗିଥିଲା ବଡ଼ ସଫଳତା | ମହିଳାଙ୍କ ପରିଚୟ ସହ,ମହିଳାଙ୍କ କଟା ମୁଣ୍ଡ ଓ ହତ୍ୟାର ୨ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା ପୋଲିସ |