Odia News Portal

ବିଦ୍ୟୁତ ଉପଭୋକ୍ତା ନୂତନ ବିଲିଂ ବ୍ୟବସ୍ଥାର ଶୁଭାରମ୍ଭ

ଭୁବନେଶ୍ୱର : ଗତ ଶୁକ୍ରବାର ଦିନ ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଉଦ୍ଧିଷ୍ଟ ନୂତନ ବିଲିଂ ବ୍ୟବସ୍ଥାର ଶୁଭ ଉଦଘାଟନ କରିଛନ୍ତି । ଅତି ଉଚ୍ଚ କ୍ଷମତାଠାରୁ ଆରମ୍ଭ କରି ସମସ୍ତ ସାଧାରଣ ଉପଭୋକ୍ତାଙ୍କ ମିଟରିଂ, ବିଲିଂ, ବିଲ ପୈଠ, ନୂତନ ବିଦ୍ୟୁତ ସଂଯୋଗ ଏବଂ ଅଭିଯୋଗ ନିରାକରଣ ନିମନ୍ତେ ଏହା ଏକ ସମନ୍ୱିତ ଅନଲାଇନ ସମାଧାନ । ଓଡ଼ିଶା ସରକାରଙ୍କ ୧୧୭ କୋଟି ଟଙ୍କା  ଅନୁଦାନରେ ସମନ୍ୱିତ ଶକ୍ତି ବିକାଶ ଯୋଜନା ଅଧିନରେ ଏହି ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ସମ୍ବଳିତ ବ୍ୟବସ୍ଥା ଆଜିଠୁ ଆରମ୍ଭ ହେବାକୁ ଯାଉଛି । ରାଜ୍ୟର ପ୍ରାୟ ୭୩ ଲକ୍ଷ ଉପଭୋକ୍ତା ଏହାଦ୍ୱାରା ଉପକୃତ ହେବେ । ଏହି ଯୋଜନା ଅଧିନରେ ଭୁବନେଶ୍ୱରରେ ଅତ୍ୟାଧୁନିକ ଡାଟା ସେଂଟର ସ୍ଥାପିତ ହେବା ସହ ବିପର୍ଯୟ ସମୟରେ ରାଜ୍ୟ ବିଦ୍ୟୁତ ବ୍ୟବସ୍ଥାର ସଫଳ ମୁକାବିଲା ପାଇଁ ଏକ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ହୋଇଛି ।