Odia News Portal

୨ ମହିଳାଙ୍କଠାରୁ ଚେନ୍ ଲୁଟିନେଲେ ଦୁର୍ବୁତ୍ତ

ଭୁବନେଶ୍ୱର: ଦିନ ଦ୍ୱିପ୍ରହରରେ ଲୁଟ୍ । ରାଜଧାନୀ ରାଜରାସ୍ତାରେ ଲୁଟ୍ । କିଛି ଦିନର ବ୍ୟବଧାନ ପରେ ପୁଣି ରାଜଧାନୀରେ ଆତଙ୍କ ଖେଳାଇଲେ ଲୁଟେରା। ମାତ୍ର ୧୫ ମିନିଟ୍ ଭିତରେ ୨ ଜଣ ମହିଳାଙ୍କଠାରୁ ଚେନ୍ ଲୁଟି ନେଇଛନ୍ତି। ସେମାନଙ୍କୁ କାବୁ କରିବାକୁ ଯାଇ ୩ ଜଣ ଯୁବକ ଦୁର୍ବୃତ୍ତମାନଙ୍କ ଭୁଜାଲି ଚୋଟ ମଧ୍ୟ ଖାଇଛନ୍ତି।ଗୁରୁବାର ଦିନ ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ଦୁର୍ବୃତ୍ତମାନେ ରେଣୁବାଳା ବେହେରାଙ୍କ ବେକରୁ ସୁନାଚେନ୍ ଝାମ୍ପି ଫେରାର୍ ହୋଇଯାଇଥିଲେ। ଏହା ପରେ ମାତ୍ର ୧୫ ମିନିଟ୍ ବ୍ୟବଧାନରେ ସେମାନେ ମଙ୍ଗଳା ଛକରେ ଗଙ୍ଗୋତ୍ରୀ ମହାନ୍ତିଙ୍କ ବେକରୁ ସୁନାଚେନ୍ ଝାମ୍ପି ନେଇଥିଲେ। ଏହା ଦେଖି ମଙ୍ଗଳା ଛକରେ କିଛି ଯୁବକ ଦୁର୍ବୃତ୍ତଦ୍ବୟଙ୍କୁ ପିଛା କରି କାବୁ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ବାଇକ୍ ପଛରେ ବସିଥିବା ଦୁର୍ବୃତ୍ତ ଭୁଜାଲିରେ ଆକ୍ରମଣ କରିବାରୁ ୩ ଜଣ ଯୁବକ ଆହତ ହୋଇଥିଲେ। ଖବର ପାଇ ପୁଲିସ ଟିମ୍ ପହଞ୍ଚିଥିଲେ ବି ସେତେବେଳକୁ ଦୁର୍ବୃତ୍ତମାନେ ଫେରାର୍ ହୋଇ ସାରିଥିଲେ। ତେଣୁ ପୁଲିସ ସ୍ଥାନୀୟ ଅଞ୍ଚଳରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରି ଲୁଟେରା ଦ୍ବୟଙ୍କୁ ଠାବ କରିବାକୁ ତଦନ୍ତ ଚଳାଇଛି।