Odia News Portal

ବିଦ୍ୟାଙ୍କ ଚରିତ୍ରକୁ ନେଇ ପୁଣି ପ୍ରଶ୍ନ ଉଠାଇଲେ ସୌମ୍ୟଙ୍କ ପରିବାର, ଅକ୍ଷୟଙ୍କ ସହ ରହିଛି ସମ୍ପର୍କ

ବାଲେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଉପରୁ ଏଯାବତ ଉଠିନାହିଁ ପରଦା । ତେବେ ମୃତ୍ୟୁ ପଛରେ ସ୍ତ୍ରୀ ବିଦ୍ୟାଭାରତୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ଆସୁଛନ୍ତି ସୌମ୍ୟଙ୍କ ପରିବାର । ଏହାରି ଭିତରେ ପୁଣିଥରେ ବୋହୂର ଚରିତ୍ରକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛନ୍ତି ଶାଶୁଘର ଲୋକେ । ଅକ୍ଷୟ ନାମକ ଜଣେ ଯୁବକଙ୍କ ସହ ତାଙ୍କର ସମ୍ପର୍କ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ସୌମ୍ୟଙ୍କ ବଡ଼ ଭାଇ ଅଭିଯୋଗ କରିଛନ୍ତି କି, ବିଦ୍ୟାଙ୍କ ଖାତାରେ ଅକ୍ଷୟ ଲେଖାଯାଇଥିଲା । ଏକ ହାତଲେଖାରେ ଅକ୍ଷୟ ନାମ ଲେଖାଯାଇଥିବା ବେଳେ ସେ ଏହାକୁ କାଟି ଦେଇଛନ୍ତି । ଯେଉଁ ହାତଲେଖାକୁ ସୌମ୍ୟଙ୍କ ବାପା ଏବଂ ମାମୁଁ ପାରଳାଖେମୁଣ୍ଡି ଯାଇଥିବା ବେଳେ ଦେଖିଥିବା ସେ କହିଛନ୍ତି । ଏହି ଖାତାରେ ଯାହା ସବୁ ଲେଖାଯାଇଛି, ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସେମାନଙ୍କ (ସୌମ୍ୟ ଓ ବିଦ୍ୟାଭାରତୀ) ମଧ୍ୟରେ କ’ଣ ସଂପର୍କ ଥିଲା। ସେ କେତେ ମାତ୍ରରେ ମୋ ଭାଇକୁ ଭଲ ପାଉଥିଲା, ସବୁ କିଛି ଏହି ଖାତାରେ ଥିବା ଲେଖାରୁ ବୁଝାପଡ଼ୁଛି।

ସେ ଆହୁରି କହିଛନ୍ତି, ଅକ୍ଷୟ କିଏ କହିପାରିବିନି। କିନ୍ତୁ ସନ୍ଦେହ କରୁଛି ଯେ ତା’ ସହିତ ବିଦ୍ୟାଭାରତୀଙ୍କ ସଂପର୍କ ଥାଇପାରେ। କାରଣ ଆମେ ଶୁଣିଥିଲୁ ଯେ ବାହାଘର ପୂର୍ବରୁ ତାଙ୍କର ଆଉ କାହା ସହିତ ଆଫେୟାର ଥିଲା। ଯେହେତୁ ବାହାଘର ପରେ ତାଙ୍କର ମୋ ଭାଇ ସହିତ ସଂପର୍କ ନଥିଲା, ତେଣୁ ତା’ (ଅକ୍ଷୟ) ସହିତ ବି ଆଫେୟାର ଥିବ। ଏହି ଘଟଣାର ତଦନ୍ତ କଲେ ସତ କଥା ପଦାକୁ ଆସିବ।