Odia News Portal

ନୀତିଶଙ୍କ ମନ୍ତ୍ରୀମଣ୍ଡଳରେ ୧୭ ନୂଆ ଚେହେରା

ବିହାର: ନୀତିଶ ସରକାର ନିଜର ମନ୍ତ୍ରୀମଣ୍ଡଳ ବିସ୍ତାର କରିଛନ୍ତି । ମଙ୍ଗଳବାର ଆଉ ୧୭ ଜଣ ନେତା ନୀତିଶ ସରକାରରେ ମନ୍ତ୍ରୀ ପଦ ପାଇବା ସହିତ ବିଭିନ୍ନ ବିଭାଗର ଦାୟିତ୍ୱ ସମ୍ଭାଳିବା ଆରମ୍ଭ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେପି ନେତା ଶହନବାଜ୍ ହୁସେନଙ୍କୁ ନୀତିଶ ମନ୍ତ୍ରୀମଣ୍ଡଳରେ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଭାବେ ସାମିଲ କରାଯାଇଛି ।

ତେବେ ଶପଥ ଗ୍ରହଣ କରିଥିବା ୧୭ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୯ ଜଣ ବିଜେପି ଦଳରୁ ହୋଇଥିବା ସମୟରେ ବାକି ୮ ଜଣ ଜେଡିୟୁର ବୋଲି ଜଣାପଡିଛି । ସେମାନଙ୍କ ଭିତରେ ଜେଡିୟୁ ନେତା ମଦନ ସହନୀଙ୍କୁ ସମାଜ କଲ୍ୟାଣ ବିଭାଗର ମନ୍ତ୍ରୀ, ସଂଜୟ ଝାଙ୍କୁ ଜଳ ସଂଶାଧନ ବିଭାଗ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଦାୟିତ୍ୱ ମିଳିଛି । ସେହିଭଳି ସୁଶାନ୍ତ ସିଂହ ରାଜପୁତଙ୍କ ଭାଇ ନୀରଜ କୁମାରଙ୍କୁ ପର୍ଯ୍ୟାବରଣ ବିଭାଗର ଦାୟିତ୍ୱ ପ୍ରଦାନ କରା ଯାଇଛି ।