Odia News Portal

କରୋନା ଆକ୍ରାନ୍ତ ହେଲେ ବିଜେପି ନେତା ବିଷ୍ଣୁ ସେଠୀ

ଭୁବନେଶ୍ୱର: ବିବାଦୀୟ ମନ୍ତବ୍ୟ ଲାଗି ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଜେପି ନେତା ବିଷ୍ଣୁ ସେଠୀରେ ଆକ୍ରାନ୍ତ । ଆଜି ତାଙ୍କୁ ଭୁବେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମ୍ସ ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି ଯେ ତାଙ୍କୁ ଏକ ପ୍ରାଇଭେଟ୍ କ୍ୟାବିନ୍ରେ ରଖାଯାଇଛି। ବର୍ତ୍ତମାନ ତାଙ୍କର ଅବସ୍ଥା ଭଲ ଅଛି। ତାଙ୍କର ସମସ୍ତ ପ୍ରକାର ଟେଷ୍ଟ କରାଯିବ। ଏହା ସହିତ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତାଙ୍କର ଚିକିତ୍ସା କରାଯିବ ବୋଲି ସେ କହିଛନ୍ତି।