Odia News Portal

‘ମାନସିକ ଭାରସାମ୍ୟ ହରାଇ ବସିଲେଣି ଲେଖାଶ୍ରୀ’: ବିଜେଡ଼ି

ଭୁବନେଶ୍ବର: ବିଧାନସଭାରେ ବିଧାୟକଙ୍କ ସାନିଟାଇଜର ପିଇବା ଘଟଣାରେ ବିଜେପିକୁ ଖୁଲମଖୁଲା ଟାର୍ଗେଟ କରିଛି ବିଜେଡି । ବିଜେଡି ପାନେଲିଷ୍ଟ ଇପ୍ସିସା ସାହୁ କହିଛନ୍ତି, ବିଜେପି ବିଧାୟକ ବିଧାନସଭାରେ ଯେଉଁ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି ସେଥିପାଇଁ ଦଳର ଜଣେ ବରିଷ୍ଠ ନେତ୍ରୀ ମତ ରଖିବା ଉଚିତ ଥିଲା, ଜଣେ କନିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ମତ ରଖିଛନ୍ତି । ପିପିଲି ଉପନିର୍ବାଚନର ଟିକେଟ ଆଶାରେ ସେ ନିଜର ମାନସିକ ଭାରସାମ୍ୟ ହରାଇ ବସିଲେଣି । ବିଜେପିର ବରିଷ୍ଠ ନେତାଙ୍କୁ ଅନୁରୋଧ ତାଙ୍କ ଉପରେ ନଜର ରଖନ୍ତୁ ।

ଅପରପକ୍ଷେ ବିଧାନସଭାରେ ବିଧାୟକଙ୍କ ସାନିଟାଇଜର ପିଇବା ଘଟଣାରେ ରାଜନୀତି ଜୋର ଧରିଛି । ବିଜେଡି ସୁବାସଙ୍କୁ ଟାର୍ଗେଟ କରିବା ପରେ ତାଙ୍କ ସମର୍ଥନରେ ବାହାରିଛି ଦଳ । ଚାଷୀଙ୍କ ହିତ ପାଇଁ ବିଧାନସଭା ଭିତରେ ସୁବାସ ଯାହା କରିଛନ୍ତି ଠିକ୍ କରିଛନ୍ତି, ଦଳ ତାଙ୍କ ସହ ରହିଛି ବୋଲି କହିଥିଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ମଣ୍ଡିରେ ମାସ ମାସ ଧରି ଚାଷୀଙ୍କ ଧାନ ପଡ଼ିରହୁଛି । ମନ୍ତ୍ରୀ ଏ ନେଇ ପ୍ରତିଶୃତି ମଧ୍ୟ ଦେଇଥିଲେ ଧାନ ଉଠିବ ବୋଲି, କିନ୍ତୁ ବିଭିନ୍ନ ସ୍ଥାନରେ ଧାନ ଉଠୁନଥିବା ଅଭିଯୋଗ ହେଉଛି । ତେଣୁ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ ଗୃହ ଭିତରେ ଯାହା କରିଛନ୍ତି ଠିକ୍ କରିଛନ୍ତି ବୋଲି କହିଛନ୍ତି ଲେଖାଶ୍ରୀ ।