Odia News Portal

ବିଜେଡିର ରାଜ୍ୟ ପରିଷଦ ବୈଠକ:ଦଳୀୟ ସଦସ୍ୟମାନଙ୍କୁ ସୁପ୍ରିମୋ ଦେବେ ଗୁରୁମନ୍ତ୍ର

ସୋମବାର ଦିନ ଆରମ୍ଭ ହୋଇଛି ବିଜେଡିର ରାଜ୍ୟ ପରିଷଦ ବୈଠକ ।ଏହି ବୈଠକରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରକାର ଓ ସଙ୍ଗଠନକୁ ନେଇ ଦଳୀୟ କାର୍ଯ୍ୟକର୍ତାଙ୍କୁ ମତାମତ ମାଗିଛନ୍ତି । ଦଳୀୟ କାର୍ଯ୍ୟାଳୟରେ ରଖାଯାଇଥିବା ଡ୍ରପ ବକ୍ସରେ ସମସ୍ତ କାର୍ଯ୍ୟକର୍ତା ଆଜି ସନ୍ଧ୍ୟା ସୁଦ୍ଧା ଗୋଟିଏ ଲେଖା ମତାମତ ଦେବାକୁ କହିଛନ୍ତି ନବୀନ। ଗତକାଲି ବିଜେଡି କାର୍ଯ୍ୟକରିଣୀରେ ଆଗତ ପ୍ରସ୍ତାବକୁ ଆଜି ରାଜ୍ୟ ପରିଷଦରେ ପାରିତ କରାଯିବ ।

ଏହାସହ ଓଡ଼ିଶାକୁ ବାରମ୍ବାର କେନ୍ଦ୍ରୀୟ ଅବହେଳାର ବାର୍ତ୍ତା ଘରେ ଘରେ ପହଞ୍ଚାଇବାକୁ ପ୍ରସ୍ତୁତ ହେବ ରୋଡମ୍ୟାପ୍ ।ଏହା ବ୍ୟତୀତ ଆଜି ଅନେକ ରାଜନୈତିକ ଓ ସାଙ୍ଗଠନିକ ପ୍ରସ୍ତାବ ଆସିବା ସମ୍ଭାବନା ରହିଛି । ଏହି ବୈଠକରେ ତୃଣମୂଳ ସ୍ତରରେ ଦଳକୁ କିପରି ଆହୁରି ସଶକ୍ତ କରାଯିବ ସେ ନେଇ ଆଜି ଆଲୋଚନା କରାଯିବ। ମୟୁରଭଞ୍ଜର ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ନାମିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ ।ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସ୍ୱାଗତ କରି ଧନ୍ୟବାଦ ଜଣାଇଥିଲେ ସାଂସଦ ମମତା ମହନ୍ତ।