ପ୍ରାର୍ଥୀ ଚୟନ ପାଇଁ ନୂଆପଡ଼ା ଗଲା ବିଜେଡିର ଟିମ୍, ଗ୍ରାଉଣ୍ଡ ସ୍ଥିତି ପରଖିବା ପରେ ସଭାପତି ନେବେ ପ୍ରାର୍ଥୀ ଚୟନ ନିଷ୍ପତ୍ତି By Swadhikar News Last updated Oct 12, 2025 ପ୍ରାର୍ଥୀ ଚୟନ ପାଇଁ ନୂଆପଡ଼ା ଗଲା ବିଜେଡିର ଏକ ବଡ ଟିମ୍ । ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଗ୍ରାଉଣ୍ଡରେ ସ୍ଥିତି ପରଖିବେ ବିଜେଡିର ବରିଷ୍ଠ ନେତା । ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ପ୍ରକାଶ ଦାସ, ଟୁକୁନି ସାହୁ ପ୍ରମୁଖ ନୂଆପଡ଼ା ଗସ୍ତରେ ଯାଉଛନ୍ତି । ବିଜେଡିର ସ୍ଥାନୀୟ ନେତାଙ୍କ ସହ କରିବେ ଆଲୋଚନା । ସ୍ଥିତି ଅନୁଧ୍ୟାନ କରି ଫେରିବା ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଦେବେ ରିପୋର୍ଟ । ରିପୋର୍ଟ ଆଧାରରେ ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଜଣେ ଆଦିବାସୀ ନେତାଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି । bjdswadhikarswadhikar news Share