Odia News Portal

କରୋନା ଜନିତ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ୱେତପତ୍ର ପ୍ରଦାନ କରିବାକୁ ଦାବି କଲା ବିଜେପି

ଭୁବନେଶ୍ୱର: କରୋନା ମୃତ୍ୟୁକୁ ନେଇ ବିଜେପି ବିଧାୟକ ମୋହନ ମାଝୀ ପ୍ରେସମିଟ୍ ଜରିଆରେ ମତ ରଖିଛନ୍ତି । ସେ ଏଥିରେ କରୋନାଜନିତ ମୃତ୍ୟୁ ରିପୋର୍ଟକୁ ନେଇ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ, ଗଣମାଧ୍ୟମ ପରିସଂଖ୍ୟାନ ଓ ସରକାରଙ୍କ ପରିସଂଖ୍ୟାନରେ ତାଳମେଳ ଖାଉନି । ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ମଧ୍ୟ କରିଛନ୍ତି । ଏଥିସହିତ ୩ଟି ଦାବି ନେଇ ବିଜେପି ବିଧାୟକ ଦଳ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବ ।

ମୋହନ କହିଛନ୍ତି ଯେ, କରୋନାଜନିତ ମୃତ୍ୟୁ ସଂଖ୍ୟାର ଶ୍ୱେତପତ୍ର ରାଜ୍ୟ ସରକାର ପ୍ରକାଶ କରନ୍ତୁ । ଏଥିସହିତ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରନ୍ତୁ । ୨୦୦୫ ଡିଜାଷ୍ଟର ଆକ୍ଟ ଅଧୀନରେ କୋଭିଡ୍ ମୃତକଙ୍କ ପରିବାରକୁ କ୍ଷତିପୂରଣ ମିଳୁ ବୋଲି ସେ ମତ ଦେଇଛନ୍ତି ।

ଅନ୍ୟ ରାଜ୍ୟ ଭଳି ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନୁଯାୟୀ ସାହାଯ୍ୟ ପ୍ରଦାନ କରନ୍ତୁ । କୋଭିଡରେ କ୍ଷତିଗ୍ରସ୍ତ ହୋଇଥିବା ଜନସାଧାରଣଙ୍କୁ ବା ପରିବାରକୁ ଅନୁକମ୍ପା ରାଶି ସାହାଯ୍ୟ କରିବାକୁ ଦାବି କରିଛୁ । ଆଜି ପର୍ଯ୍ୟନ୍ତ ଜଣକୁ କାହାକୁ ଏହି ଅନୁକମ୍ପା ରାଶି ପ୍ରଦାନ କରାଯାଇନାହିଁ । ରାଜ୍ୟରେ ସ୍ୱାସ୍ଥ୍ୟ ଭିତିଭୂମି ଭୁଶୁଡି ଯାଇଛି ।