Odia News Portal

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ଭୁବନେଶ୍ୱର: ରାଜ୍ୟକୁ ୩୦ ଲକ୍ଷ ପକ୍କାଘର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ରାଜ୍ୟ ସରକାର ଏହାକୁ ଯୋଗ୍ୟ ହିତାଧିକାରୀକୁ ପ୍ରଦାନ ନକରି ଦଳିୟ ରାଜନୀତି କରୁଛନ୍ତି । ଆଜି ପୁଣି ଆବାସ ଦୁର୍ନିତିର ଚେର କାଢି ରାଜ୍ୟ ସରକାରଙ୍କୁୁ ଟାର୍ଗେଟ କରିଛି ବିଜେପି । ବିଜେପି ପକ୍ଷରୁ ପ୍ରେସ୍ ମିଟ କରି ସମିର ମହାନ୍ତି କହିଛନ୍ତି ଏହିଭଳି କାର‌୍ୟ୍ୟ କରିବାରେ କିଛି ପ୍ରଶାସନିକ ଅଧିକରୀଙ୍କ ହାତ ରହିଛି ।

ଶାସକ ଦଳର ଜିଲ୍ଲା ସ୍ତରର ନେତା ମାନେ ନିଜର ପତିଆରା ଜାହିର କରି ଆବାସ ବଣ୍ଟନ କାର‌୍ୟ୍ୟରେ ବାଧା ସୃଷ୍ଟି କରୁଥିବା ବେଳେ ସେମାନଙ୍କୁ ବ୍ଲକ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସହେଯାଗ ମିଳୁଛି । ତେବେ ରାଜ୍ୟ ସରକାର ସେମାନଙ୍କ ବିରୁଦ୍ଧରେ କାହିଁକି କାର‌୍ୟ୍ୟାନୁଷ୍ଠାନ ନେଉ ନାହାନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । ଏହା ସହିତ ଆଉ ଏକ ସଘିଂନ୍ ଅଭିଯୋଗ କ୍ରମେ ସେ କହିଛନ୍ତି ଯେ କୌଣସି ଲୋକେ ଏହି ଘଟଣାରେ ପ୍ରତିବାଦ କଲେ ପୋଲିସ ସାହାର‌୍ୟ୍ୟରେ ଧମକ ଦିଅଯାଉଛି ।