Odia News Portal

ବୋଧପୁର ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ

କଟକ: କଟକ ଜିଲ୍ଲା ସଦର ବ୍ଲକ ବୋଧପୁର ପଂଚାୟତ ପାଲଟିଛି ଦୁର୍ନୀତିର ଗନ୍ତାଘର । ବିଡ଼ିଓ ଙ୍କ ନିକଟରେ ଅଭିଯୋଗ ଆଣିଲେ ପଂଚାୟତ ବାସି ଓ ପୂର୍ବତନ ଲୋକପ୍ରତିନିଧି । ଉଚ୍ଚ ସ୍ଥରୀୟ ତଦନ୍ତ ଦାବୀ । ରାଜ୍ୟ ଓ କେନ୍ଦ୍ର ସରକାର ପଂଚାୟତର ଗରିବଙ୍କ ପାଁଇ କୋଟି କୋଟି ଟଙ୍କା ଅନୁଦାନରେ ଅଜାଡି ଦେଉଛନ୍ତି । ହେଲେ ପଂଚାୟତର ଲୋକ ପ୍ରତିନିଧି ମାନେ ଚଞ୍ଚକତା କରି ହରିଲୁଟ କରି ଚାଲିଛନ୍ତି । ଗତ ଚାରି ବର୍ଷ ମଧ୍ୟରେ ବୋଧପୁର ପଂଚାୟତରେ ମାଳ ମାଳ ଦୁର୍ନୀତି ହୋଇଥିବାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପଂଚାୟତର ପୂର୍ବତନ ସରପଞ୍ଚ ତଥା ସମିତି ସଭ୍ୟ ସୁରେନ୍ଦ୍ର ପଣ୍ଡା,ନିର୍ମଳ ଚନ୍ଦ୍ର ବେହେରା, ଦେବେନ୍ଦ୍ର ଗୋଛୟତ । ଗରିବଙ୍କ ପାଇଖାନା ବଣ୍ଟନରେ ପ୍ରିୟା ପ୍ରୀତିରେ ଗୋଟିଏ ଗୋଟିଏ ପରିବାରକୁ ଏକାଧିକ ପାଇଖାନା ଦେଇ ଅର୍ଥ ହରିଲୁଟ । ଘରୋଇ ମାଲିକାନାରେ ଥିବା ଜମି ଉପରେ ବେ ଆଇନ ସରକାରି ଅର୍ଥ ରେ ସି .ସି ରୋଡ଼ ନିର୍ମାଣ । ଘଜଏଝ ରେ ବୋଧପୁର ଚନ୍ଦନ ପୋଖରୀ ଖୋଲା ରେ ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଥିବା ପଂଚାୟତର ପାଚେରୀ ନିର୍ମାଣ ରେ ଅ ନିୟମିତତା ଭଳି ସଙ୍ଗୀନ ଅଭିଯୋଗ ଉଠିଛି । ଦୁର୍ନୀତି ର ଚରମ ସୀମାରେ ଠିଆ ହୋଇଥବା ବୋଧପୁର ପଂଚାୟତର ନାଏବସରପଞ୍ଚଙ୍କ ମିଲି ଭଗତରେ ଗରିବ ହିତାଧିକାରୀଙ୍କ ଠାରୁ ବେଆଇନ ଅର୍ଥ ଆଦାୟ କରିବା ଭଳି ସାଙ୍ଘାତିକ ଅଭିଯୋଗର ତଦନ୍ତ କରାଯିବାକୁ ଦାବୀ ଏବେ ଜୋର ଧରିଛି । ଏ ନେଇ ସଦର ଈଊଙ ଙ୍କୁ ପଂଚାୟତ ର ଶତାଧିକ ହିତାଧିକାରୀ ଓ ପୂର୍ବତନ ଲୋକ ପ୍ରତିନିଧି, ବୁଦ୍ଧିଜୀବୀ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ଏ ଭଳି ମହା ଦୁର୍ନୀତି ର ତଦନ୍ତ ପାଁଇ ଏକ କମିଟି ଗଠନ କରାଯାଇ ଖୁବ ଶୀଘ୍ର ତଦନ୍ତ କରାଯିବ ବୋଲି ଈଊଙ ରାଜୀବ ଲୋଚନ ପରିଡା କହିଛନ୍ତି । ତଦନ୍ତ ପରେ ଦୋଷୀ ଙ୍କ ବିରୁଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଈଊଙ କହିଛନ୍ତି କ୍ଷକ୍ଷକ୍ଷ ତେବେ ଅପେକ୍ଷା କେବେ ତଦନ୍ତ ସରିବ ଆଉ ବୋଧପୁର ପଂଚାୟତ ର ମହା ଦୁର୍ନୀତି ର ଖୁଲାସା ହେବ ।