Odia News Portal

ବଲାଙ୍ଗୀରର ବନ୍ଧୁକଧାରୀ ବିକ୍ରମର ବିସ୍ଫୋରକ ବୟାନ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ବିକ୍ରମ ପଣ୍ଡା ଗତକାଲି ଘଟାଇଥିଲା ଆତଙ୍କରାଜ । ଦୀର୍ଘ ୫ ଘଣ୍ଟାର ଅପରେସନ ପରେ କାବୁ କରିଥିଲା ପୋଲିସ । ତେବେ ବିକ୍ରମର ଆଜି ମେଡିକାଲ ଟେଷ୍ଟ କରାଯାଇଛି । ତେବେ ଗଣମାଧ୍ୟମକୁ ବିକ୍ରମ କହିଛନ୍ତି କି ନୋ ଗିଲଟି, ନୋ ସେମ୍ । ସେ କରିଥିବା ଭୁଲ ପାଇଁ ଅନୁତପ୍ତ ନୁହଁନ୍ତି କି ଲଜ୍ଜିତ ମଧ୍ୟ ନୁହଁନ୍ତି । ମୁଁ କିଛି ଭୁଲ କରିନାହିଁ । ମୁଁ ଭଲ ପାଉଥିବା ଝିଅର ଚାକିରିଆ ବର ସହ ବାହାଘର ସ୍ଥିର ହୋଇଛି । ଝିଅର ବାପା କହିଛନ୍ତି କି ପ୍ରେମକୁ ଟାଇମ ପାସ ଭାଲି ଭୁଲିଯାଅ । ଏଣୁ ପ୍ରମାଣ ଦେବା ଲାଗି ମାମୁଁଘରେ ଏଭଳି କରିଥିବା ସେ କହିଛନ୍ତି ।

ସୂଚନା ଥାଉକି, ବିକ୍ରମ ଜଣେ ଭୀମଭୋଇ ମେଡିକାଲ କଲେଜରେ ପଢ଼ୁଥିବା ଯୁବତୀଙ୍କୁ ପ୍ରେମ କରୁଥିଲେ । ଉଚ୍ଚ ଶିକ୍ଷିତ ବିକ୍ରମ ଏକ କାଫେ କରିଛନ୍ତି । ସେଠାକୁ ଆସିଥିବା ବେଳେ ଯୁବତୀଙ୍କ ସହ ପ୍ରେମ ହୋଇଥିଲା । କିନ୍ତୁ ଝିଅ ଘର ଲୋକେ ଏହାକୁ ମାନୁନାହାଁନ୍ତି । ବାହା କରାଇବା ଲାଗି ମଧ୍ୟ ରଙ୍କକ୍ସକ୍ଟ ହେଉନାହାଁନ୍ତି । ଝିଅର ବାହାଘର ଜଣେ ବ୍ୟାଙ୍କ କର୍ମଚାରୀଙ୍କ ସହ ଠିକ ହୋଇଛି । ଏହା ଜାଣିବା ପରେ ଯୁବକ ଜଣଙ୍କ ଉନ୍ମୁକ୍ତ କାଣ୍ଡ ଭିଆଇଥିବା ଜଣା ପଡ଼ିଛି ।