Odia News Portal

ବଲାଙ୍ଗୀର ସିଭିଲ କୋର୍ଟ ପରିସରରେ ଲାଇଭ ଇନ ହ୍ୟାଣ୍ଡ ଟ୍ରେନିଂ ପୋଗ୍ରାମ ଅନୁଷ୍ଠିତ

ବଲାଙ୍ଗୀର: ଆଜି ବଲାଙ୍ଗୀର ସିଭିଲ କୋର୍ଟ ପରିସରରେ ଏକ ” ଲାଇଭ ଇନ ହାଣ୍ଡ୍ସ ଟ୍ରେନିଂ ପ୍ରୋଗ୍ରାମ ” ବଲାଙ୍ଗୀର ,ସୋନପୁର ଓ ବୌଦ୍ଧ ଜିଲ୍ଲାମାନଙ୍କର ଆଇନଜୀବୀଙ୍କ ପାଇଁ ଆୟୋଜନ କରାଯାଇଛି . ଏହି ଟ୍ରେନିଂ ପ୍ରୋଗ୍ରାମଟି ବିଶେଷ କରି ମାନ୍ୟବର ଉଚ୍ଚତ୍ତମ ନ୍ୟାୟାଳୟଙ୍କ ତତ୍ତ୍ୱାବଧାନରେ ସାଧାରଣ ଲୋକଙ୍କ ପାଇଁ ପ୍ରଦତ୍ତ ଇ-ସେବା ଗୁଡିକ ଉପରେ ଆଧାରିତ ଥିଲା ଯଥା ଇ-ଦେୟ ,ଇ-ଫାଇଲିଂ ,ଇ-କୋର୍ଟସ ଫି , ଇ-କୋର୍ଟ , ଇ-କୋର୍ଟ ସର୍ଭିସେସ ମୋବାଇଲ ଆପ ଏବଂ ଉଚ୍ଚତମ ନ୍ୟାୟାଳୟର ଇ-ସର୍ଭିସେସ ମୋବାଇଲ ଆପଗୁଡିକ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା. ଡ. ଏସ. ମୁରଲୀଧର ,ମୁଖ୍ୟ ନାୟାଧିଶ , ଉଚ୍ଚତ୍ତମ ନ୍ୟାୟାଳୟ ,ଓଡିଶା ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ .

ସଂଜୀବ ପାଣିଗ୍ରାହୀ ,ନାୟାଧିଶ ଉଚ୍ଚତ୍ତମ ନ୍ୟାୟାଳୟ ,ଓଡିଶା ଏବଂ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାଶ, ରେଜିଷ୍ଟ୍ରାର ଜେନେରାଲ, ଉଚ୍ଚତ୍ତମ ନ୍ୟାୟାଳୟ, ଓଡିଶା ଭିଡ଼ିଓ କନଫରେନସିଙ୍ଗ ମାଧ୍ୟମରେ ଯୋଗଦାନ କରିଥିଲେ . ଲୋକନାଥ ମହାପାତ୍ର ,ଜିଲ୍ଲା ନ୍ୟାୟାଧୀଶ , ବଲାଙ୍ଗୀର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ. ଶ୍ରୀଯୁକ୍ତ ପ୍ରବୀଣ କୁମାର ମିଶ୍ର , ସଭାପତି , ଜିଲ୍ଲା ଆଇନଜୀବୀ ସଂଘ , ବଲାଙ୍ଗୀର ଏହି ପ୍ରୋଗ୍ରାମରେ ମଂଚାସୀନ ଥିଲେ . ପ୍ରଭାକର ଗଣ୍ଠିଆ , ରେଜିଷ୍ଟ୍ରାର ( ଇନ୍ସପେକସନ) ଏବଂ ଶ୍ରୀଯୁକ୍ତ ଅନୁପମ ପାତ୍ର , ସି. ପି. ସି., ଉଚ୍ଚତ୍ତମ ନ୍ୟାୟାଳୟ, ଓଡିଶା ଉପସ୍ଥିତ ଥିଲେ. ଶ୍ରୀଯୁକ୍ତ ଅଭିଳାଷ ସେନାପତି, ମୁଖ୍ୟ ବିଚାର ବିଭାଗୀୟ ନ୍ୟାୟାଧୀଶ, ବଲାଙ୍ଗୀର ଏବଂ ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ଦାଶ , ବରିଷ୍ଠ ଦେୱାନୀ ନ୍ୟାୟାଧୀଶ , ବଲାଙ୍ଗୀର ଟ୍ରେନିଂ ପ୍ରଦାନ କରିଥିଲେ . ଏହି ଟ୍ରେନିଂରେ ବଲାଙ୍ଗୀରର ୨୧ ଜଣ , ସୋନେପୁରର ୧୦ଜଣ ଏବଂ ବୌଦ୍ଧର ୧୦ ଜଣ ଆଇନଜୀବୀ ଟ୍ରେନିଂ ନେଇଥିଲେ.