Odia News Portal

ଧରାହେଲା ବନ୍ଧୁକଧାରୀ ଯୁବକ

ବଲାଙ୍ଗୀର: ବଲାଙ୍ଗୀର ସହର ଶାନ୍ତିପଡ଼ାରେ ରଜ ସଂକ୍ରାନ୍ତିରେ ଅଶାନ୍ତି ସୃଷ୍ଟି କରିଥିବା ଯୁବକକୁ ଧରିବାରେ ସଫଳ ହୋଇଛି ପୋଲିସ । ୫ ଘଣ୍ଟାର ଛକାପଞ୍ଝା ପରେ ଶେଷରେ କାବକୁ କରାଯାଇଛି । ଘର ଭିତରେ ପଶି ସୁରକ୍ଷିତ ଭାବେ ତାକୁ କାବୁ କରାଯାଇଥିବା ସୂଚନା ମିଳିଛି । ତେବେ ପୋଲିସ କାବୁ କରିଥିବା ଯୁବକର ନାମ ବିକ୍ରମ ବୋଲି ଜଣାପଡିଛି । ସେ ୨ରୁ୩ ରାଉଣ୍ଡ ଗୁଳି ଚଳାଇଥିବା ଶୁଣିବାକୁ ମିଳିଛି । ତେବେ କାହାର କିଛି କ୍ଷତି ହୋଇନାହିଁ । ତେବେ ସେ କାହିଁକି ଏଭଳି ଦିନ ତମାମ କାଣ୍ଡ ଭିଆଇଥିଲା ତାହା ସ୍ପଷ୍ଠ ହୋଇନାହିଁ । ବିକ୍ରମର ଏଭଳି କାଣ୍ଡ ପଛର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ଏହା ପଛରେ ପ୍ରେମ ବ୍ୟାପାର ରହିଥିବା ଆଲୋଚନା ହେଉଛି। ତା’ ସାଙ୍ଗମାନେ ଏଭଳି କିଛି ସଙ୍କେତ ଦେଇଥିବା ବେଳେ ଉଦ୍ଧାର ହୋଇଥିବା ଘର ମାଲିକଙ୍କ ମନ୍ତବ୍ୟରୁ ମଧ୍ୟ ଏହା ପ୍ରେମ ବ୍ୟାପାର ବୋଲି ଆଶଙ୍କା କରାଯାଉଛି।