Odia News Portal

କେନ୍ଦ୍ର ରେଳମନ୍ତ୍ରୀଙ୍କୁ କଳିକେଶଙ୍କ ଦାବୀ: ବଲାଙ୍ଗିର-ଖୋର୍ଦ୍ଧା ରେଳପଥକୁ ଜାତୀୟ ପ୍ରକଳ୍ପ ଘୋଷଣା କରାଯାଉ

ବଲାଙ୍ଗିର: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଲାଙ୍ଗିର ଗସ୍ତ ପୂର୍ବରୁ ବହୁ ପ୍ରତିକ୍ଷୀତ ବଲାଙ୍ଗିର- ଖୋର୍ଦ୍ଧା ରେଳପଥକୁ ଜାତୀୟ ପ୍ରକଳ୍ପ ଘୋଷଣା କରିବା ପାଇଁ  ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂ ଦେଓ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏତଦ ବ୍ୟତିତ କଣ୍ଟାବାଞ୍ଜି ଠାରେ ଏକ ରେଳ ୱାଗନ କାରଖାନା ପ୍ରତିଷ୍ଠା କରିବା, ବଲାଙ୍ଗିର- ପାଟଣାଗଡ-ଲାଠୋର ରେଳ ଲାଇନ ପ୍ରକଳ୍ପ ଆରମ୍ଭ କରିବା ତଥା ବଲାଙ୍ଗିର ଷ୍ଟେସନକୁ ପ୍ରଧାନମନ୍ତ୍ରୀ ମଡେଲ ଷ୍ଟେସନ ରୂପେ ଘୋଷଣା କରିବା ସମେତ ୧୭ ଦଫା ଦାବୀପତ୍ର ପ୍ରଦାନ କରିଛନ୍ତି । 

ପ୍ରକାଶ ଯେ, ଆସନ୍ତା ୨୩ ତାରିଖରେ ମାନ୍ୟବର କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବଲାଙ୍ଗିର ଗସ୍ତରେ ଆସୁଛନ୍ତି । ଏହି ଗସ୍ତରେ ମନ୍ତ୍ରୀ ଅଂଚଳର ରେଳ ଗମନାଗମଗନର ତଦାରଖ ତଥା ଅନୁଧ୍ୟାନ କରିବେ । ଏହି ଅବସରରେ ତାଙ୍କୁ ବଲାଙ୍ଗିରକୁ ସ୍ୱାଗତ କରିବା ସହ ଅଞ୍ଚଳର ରେଳ ଗମନା ଗମନ ସମ୍ଭନ୍ଧୀୟ ବିଭୀନ୍ନ ଦାବୀ ନେଇ ଏକ ଚିଠି ଲେଖିଛନ୍ତି ପୂର୍ବତନ ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂ ଦେଓ । ପତ୍ର ଅନୁସାରେ , ଦିର୍ଘ ଦିନ ହେବ ଖୋର୍ଦ୍ଧା ବଲାଙ୍ଗିର ରେଳପଥ ଅସଂପୁର୍ଣ୍ଣ ହୋଇ ପଡି ରହିଛି । ଏହାକୁ ଜାତୀୟ ପ୍ରକଳ୍ପ ଘୋଷଣା କରାଗଲେ, ପ୍ରକଳ୍ପର ବିଭୀନ୍ନ ବାଧାବିଷ୍ନ ଦୂର ହେବା ସହ ପ୍ରକଳ୍ପ ଶିଘ୍ର ସମାପ୍ତ ହୋଇ ପାରିବ । ସେହିପରି କନ୍ଟାବାଞ୍ଜି ରେଳ ବିଭାଗ ପାଖରେ ବିସ୍ତିର୍ଣ୍ଣ ୭୦୦ ଏକର ଜମି କୌଣସି କାମରେ ଆସୁ ନାହିଁ । ଏଠାରେ ଏକ ରେଳ ୱାଗନ କାରଖାନା ସ୍ଥାପନ କରାଗଲେ  ଅଂଚଳବାସୀଙ୍କ ପାଇଁ କର୍ମ ନିଯୂକ୍ତିର ସୁଯୋଗ ସୃଷ୍ଟି ହେବା ସହ ଜମିର ସଦ ଉପେଯାଗ ହୋଇ ପାରିବ ।

ତାଛଡା ବଲାଙ୍ଗିର ଷ୍ଟେସନକୁ  ପ୍ରଧାନମନ୍ତ୍ରୀ ମଡେଲ ଷ୍ଟେସନ କରିବା, ଇସ୍ପାତ ଏକ୍ସପ୍ରେସକୁଣ୍ଟଟିଲାଗଡରୁ କନ୍ଟାବାଞ୍ଜି ପର୍ଯ୍ୟନ୍ତ , ସମ୍ବଲପୁର-ଜମ୍ମୁ ତାବି ଏକ୍ସପ୍ରେସକୁ ଟିଟଲାଗଡ ପର୍ଯ୍ୟନ୍ତ, ସମ୍ବଲପୁର-ପୁରୀ ଇନ୍ଟରସିଟିକୁ ବଲାଙ୍ଗିର ପର୍ଯ୍ୟନ୍ତ ସଂପ୍ରସାରିତ କରିବା, ସମସ୍ତ ରେଲୱେ ଗେଟ ଉପରେ ବା ତଳେ ବ୍ରିଜ କରିବା, ଡୁଙ୍ଗୁରିପାଲି, ଦେଓଗାଁ, ତୁଷୁରା ଓ ମୁରିବାହାଲ ଠାରେ ପୁରୀ- ଦୁର୍ଗ ଟ୍ରେନର ରହଣି, ବଲାଙ୍ଗିର – ଭୁବନେଶ୍ୱର ଇନ୍ଟରସିଟିର ଟିଟିଲାଗଡ ପର୍ଯ୍ୟନ୍ତ ସଂପ୍ରସାରିତ କରିବା ସହ ଦେଓଗାଁ ଓ ତୁଷୁରା ଠାରେ ରହଣି, ବଲାଙ୍ଗିର- ବିଛୁପାଲି ଟ୍ରେନକୁ ଭବାନିପାଟଣା ପର୍ଯ୍ୟନ୍ତ  ସପ୍ରସାରଣ କରି ଇଏମୟୁ ଭାବେ ଉପେଯାଗ କରିବା, ବଲାଙ୍ଗିର ଟିଟିଲାଗଡ ଦେଇ ନୂତନ ଦିଲ୍ଳୀ ଟ୍ରେନ ଚଳାଇବା, ସମ୍ବଲପୁର ବଲାଙ୍ଗିର ଟିଟିଲାଗଡ ଦେଇ ନୂତନ ଏହ୍ଲାବାଦ ଟ୍ରେନ ଚଳାଇବା, ହାତିଆ- ୟଶବନ୍ତ ପୁର ଟ୍ରେନ କୁ ଡେଲି କରିବା, ପୁରୀ- ଗାନ୍ଧୀଧାମ ଓ ଲୋକମାନ୍ୟ ତିଲକ ଟ୍ରେନ ର ସଇଁନ୍ତଳା, ଲୋଇସିଂହା ଓ ଡୁଙ୍ଗୁରିପାଲି ଠାରେ ରହଣି ଏବଂ ବଲାଙ୍ଗିର – ଦେଓଗାଁ ମଧ୍ୟରେ ଏକ ରେଳ ମେନ୍ଟେନେନ୍ସ କାରଖାନା ତିଆରି କରିବା ଆଦି ଦାବୀ ରହିଛି ।  ତେବେ ଅଂଚଳବାସୀଙ୍କ ଏ ସବୁ ନ୍ୟାର୍ଯ୍ୟ ଦାବୀ ପୂରଣ ହେଲେ ଅଂଚଳ ରେଳ ଗମନା ଗମନରେ ବିକଶିତ ହେବା ସହ ଅନେକ ନିଯୂକ୍ତିର ସୂଯୋଗ ସୃଷ୍ଟି କରିପାରିବ ବୋଲି କଳିକେଶ ଆଶା ପ୍ରକାଶ କରିଛନ୍ତି