Odia News Portal

ନୂଅାଁଖାଇ ପାଳିଲେ ରାଜ ପରିବାର

ବଲାଙ୍ଗୀର : କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ବଲାଙ୍ଗୀର । ରାଜପରିବାରରେ ପାଳନ ହେଲା ନୂଆଁଖାଇ । ଏକାଠି ବସି ନୂଆ ଖାଇଲେ ବଲାଙ୍ଗୀର ରାଜପରିବାର । ବଲାଙ୍ଗୀର: କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡିଶା । ଅନ୍ୟଜିଲ୍ଲା ପରି ବଲାଙ୍ଗୀରରେ ମଧ୍ୟ ଧୂମଧାମରେ ପାଳିତ ହେଉଛି ନୂଆଁଖାଇ । ଏଠାରେ ରାଜାରୁ ପ୍ରଜା ସମସ୍ତ ରୀତିନୀତି ଅନୁସାରେ ନୂଆ ଖାଉଛନ୍ତି । ଏହି ପରିପ୍ରେକ୍ଷୀରେ ବଲାଙ୍ଗୀରର ପ୍ରଭାବଶାଳୀ ରାଜପରିବାରରେ ମଧ୍ୟ ପାଳିତ ହୋଇଛି ନୂଆଁଖାଇ ।

ପାଟନା ମହାରାଜା ତଥା ପୂର୍ବତନ ମନ୍ତ୍ରୀ କେଭିସିଂହ ଦେଓ ଏବଂ ପାଟନା ମହାରାଣୀ ତଥା ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓଙ୍କ ସମେତ ତାଙ୍କ ଭାଇ ତଥା ବିଜେଡି ନେତା ଅର୍କେଶ ନାରାୟଣ ସିଂହଦେଓ ଓ ତାଙ୍କ ପତ୍ନୀ ଅଦ୍ରିଯା ମଞ୍ଜରୀ ସିଂହଦେଓ ପ୍ରମୁଖ ଏକାଠି ବସି ନୂଆ ଖାଇଛନ୍ତି । ଏଥିସହ ସମସ୍ତ ରାଜପରିବାର ସହସ୍ୟ ପଶ୍ଚିମ ଓଡିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ।ଚଳିତ ବର୍ଷ ନୂଆଁଖାଇରେ ରାଜପରିବାରର କିଛି ସଦସ୍ୟ ଅନୁପସ୍ଥିତ ଥିଲେ ସୁଦ୍ଧା ଉପସ୍ଥିତ ଥିବା ଅନ୍ୟ ସଦସ୍ୟମାନେ ପ୍ରଥମେ ମା ସମଲେଇ, ମା ପତାନେଶ୍ୱରୀ ଓ ମା ଦଶମତିଙ୍କ ଠାରେ ଅନ୍ନ ଭୋଗ ଲାଗିବା ପରେ ସ୍ଥାନୀୟ ଶୈଳେଶ୍ରୀ ପ୍ୟାଲେସରେ ଏକାଠି ବସି ନୂଆ ଖାଇଛନ୍ତି । ରାଜପରିବାର ମଧ୍ୟରେ ସମସ୍ତଙ୍କ ମଧ୍ୟରେ ରାଜନୀତିକ ପୃଷ୍ଠଭୂମି ଭିନ୍ନ ଥିଲେ ହେଁ ସମସ୍ତେ ସବୁ ଦ୍ବେଷ ଭୁଲି ଏକାଠି ହୋଇଛନ୍ତି । ସେମାନଙ୍କ କହିବା କଥା, ପର୍ବପର୍ବାଣୀ ତଥା ରୀତିନୀତି ପରମ୍ପରା ସବୁବେଳେ ରାଜନୀତିରୁ ଊର୍ଦ୍ଧ୍ବରେ । ଆବହମାନ କାଳରୁ ପାଳନ ହେଉଛି ଏହି ନୂତନତ୍ବର ପର୍ବ । ଯାହା ଶାନ୍ତି, ମୈତ୍ରୀ ଓ ସଦଭାବନାରେ ପ୍ରତୀକ ବୋଲି ସମସ୍ତେ କହିଛନ୍ତି ।ବଲାଙ୍ଗୀରରେ ଆଜିର ଏହି ନୂଆଁଖାଇ ପର୍ବରେ ସବୁ ବର୍ଗର ଲୋକେ ନୂଆ ଖାଉଥିବାବେଳେ ପରମ୍ପରାକୁ ଶୁଭେଚ୍ଛା ଦିଆନିଆ ଓ ଜୁହାର ଭେଟ ଜାରି ରହିଛି ।