Odia News Portal

ପୁରୀରେ ବଲିଉଡ୍ ଅଭିନେତା ଗୋବିନ୍ଦା, ମହାପ୍ରଭୁଙ୍କ କଲେ ଦର୍ଶନ

ପୁରୀରେ ବଲିଉଡ୍ ଅଭିନେତା ଗୋବିନ୍ଦା । ଗୋବିନ୍ଦା ମଙ୍ଗଳବାର ଶ୍ରୀମନ୍ଦିର ଆସି ରତ୍ନ ସିଂହାସନ ସ୍ଥିତ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କର ସେ ହେଉଛନ୍ତି ବଡ ଭକ୍ତ । ପ୍ରଭୁଙ୍କ ଡାକରାରେ ସେ ପୁରୀ ଆସିବାର ସୌଭାଗ୍ୟ ପାଇଥିବା ସେ କହିଛନ୍ତି । 

ସେହିପରି କୋଭିଡ୍ କଟକଣା ଭିତରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଅତ୍ୟନ୍ତ ଶୃଙ୍ଖଳିତ ହୋଇଥିବା ସେ କହିଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରିବା ପରେ ତାଙ୍କ ଜୀବନରେ ଥିବା ଜଟିଳତା ସବୁ ଦୂର ହୋଇଥିବା ଗୋବିନ୍ଦା କହିଛନ୍ତି । ପୁଣି ଥରେ ସ୍ୱାଭାବିକ ଅବସ୍ଥା ଫେରିଆସି ତାଙ୍କ ଜୀବନ ଶାନ୍ତି ଓ ସୁଖମୟ ହେବ ବୋଲି ସେ କହିଛନ୍ତି । 

ଚତୁର୍ଦ୍ଧାବିଗ୍ରହଙ୍କ ସହ ମା ବିମଳା ଓ ପାଶ୍ୱର୍ଦେବାଦେବୀଙ୍କୁ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିରରେ ଗୋବିନ୍ଦା ପ୍ରାୟ ୩୦ ମିନିଟରୁ ଅଧିକ ସମୟ ରହିଥିଲେ ।