Odia News Portal

ବକ୍ସିଂରେ ଭାରତ ଲାଗି ପଦକ ନିଶ୍ଚିତ କଲେ ଲଭ୍‌ଲିନା

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତର କମାଲ । ବକ୍ସିରେ ପଦକ ନିଶ୍ଚିତ । ଭାରତକୁ ମିଳିବ ଆଉ ଏକ ପଦକ । ମହିଳା ମୁଷ୍ଟିଯୁଦ୍ଧା ୬୯ କିଲୋ କ୍ବାର୍ଟର ଫାଇନାଲରେ ଚାଇନାର ନିଏନ ଚିନ ଚେନଙ୍କୁ ପରାସ୍ତ କରି ସେମିଫାଇନାଲରେ ଏଣ୍ଟ୍ରି କରିଛନ୍ତି। ଭାରତୀୟ ବକ୍ସର ଲଭଲିନା କ୍ୱାର୍ଟର ଫାଇନାଲରେ ନିଜର ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ୨ୟ ରାଉଣ୍ଡକୁ ୫-୦ରେ ଜିତି ପଦକ ଆଡକୁ ଆଉ ପାଦେ ଅଗ୍ରସର ହୋଇଛନ୍ତି। ବକ୍ସିଂ ୬୯ କିଲୋଗ୍ରାମ ଇଭେଣ୍ଟ ସେମିଫାଇନାଲ ପ୍ରବେଶ କରି ରଚିଛନ୍ତି ଇତିହାସ।

ଲଭଲିନା ହେଉଛନ୍ତି ଭାରତର ପ୍ରଥମ ମହିଳା ଖେଳାଳି ଯିଏକି ଏହି ବର୍ଗରେ ପଦକ ଜିତିବା ଦୌଡରେ ଅଛନ୍ତି । ତେବେ ଭାରତ ପାଇଁ ବକ୍ସିଂରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିବାର ଏକ ସୁଯୋଗ ରହିଛି । କିନ୍ତୁ ଏଥିପାଇଁ ଲଭଲିନାଙ୍କୁ ଆଉ ଦୁଇଟି ମ୍ୟାଚ୍ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ । ଯଦି ସେ ସେମିରେ ହାରନ୍ତି ତେବେ ମଧ୍ୟ ଏକ ପଦକ ପାଇବାର ସୁଯୋଗ ରହିଛି ।