Odia News Portal

ରାଜଧାନୀରେ ବ୍ରିଟେନ ଫେରନ୍ତା,ବିମାନ ବନ୍ଦରରେ ବିଏମସିର କୋଭିଡ୍ ଟେଷ୍ଟ ବ୍ୟବସ୍ଥା

ଭୁବନେଶ୍ୱରରୁ ଚିହ୍ନଟ ହେଲେ ବ୍ରିଟେନ ଫେରନ୍ତା | ଚିହ୍ନଟ ବ୍ୟକ୍ତି ଗତ ୧୮ ତାରିଖରେ ବ୍ରିଟେନରୁ ଭୁବନେଶ୍ୱର ଫେରିଥିବା ସୂଚନା ମିଳିଛି। ବର୍ତ୍ତମାନ ଚିହ୍ନଟ ବ୍ୟକ୍ତିଙ୍କୁ ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ଚିହ୍ନଟ ହୋଇଥିବା ବ୍ୟକ୍ତି,ତାଙ୍କ ପରିବାର ସଦସ୍ୟ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କର କରୋନା ପରୀକ୍ଷା କରାଯାଇଛି।ତେବେ ଭୟ ନକରି ସତର୍କତା ଅବଲମ୍ବନ କରିବା ସହ କଟକଣା ମଧ୍ୟରେ ରହିବାକୁ ପରାମର୍ଶ ଦେଇଛି ବିଏମସି ।

ରାଜ୍ୟ ସରକାର ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍‌କୁ ନଜରରେ ରଖି ଭୁବନେଶ୍ୱର ବିମାନ ବନ୍ଦର ଉପରେ କଡ଼ା ନଜର ରଖିଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶ ପରେ ଗତ ୧୪ଦିନ ମଧ୍ୟରେ ବ୍ରିଟେନରୁ ଆସିଥିବା ସମସ୍ତ ଯାତ୍ରୀଙ୍କର ଲିଷ୍ଟ ଖୋଜା ଚାଲିଛି। ୧୪ ଦିନ ଭିତରେ ବ୍ରିଟେନରୁ ଆସିଥିବା ଯାତ୍ରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ କରୋନା ଟେଷ୍ଟ କରାଯାଉଛି। ପଜିଟିଭ୍ ଚିହ୍ନଟ ଯାତ୍ରୀଙ୍କୁ ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରରେ ରହିବା ବ୍ୟବସ୍ଥା କରାଯାଉଛି । ତେବେ ଏମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ପୂରା ପରିବାର ଲୋକଙ୍କ କରୋନା ଟେଷ୍ଟ କରାଯିବ। ଅନ୍ୟପକ୍ଷେ ଚିହ୍ନଟ ପଜିଟିଭ୍ ଯାତ୍ରୀଙ୍କୁ ହୋମ୍ ଆଇସୋଲେସନ ଅନୁମତି ଦିଆଯିବ ନାହିଁ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀ ସ୍ପଷ୍ଟ କରିଛନ୍ତି।