Odia News Portal

ଜବତ ହୋଇଛି ୪୦ ଲକ୍ଷ ଟଙ୍କାର ଧଳା ଜହର

ଜଳେଶ୍ୱର:୪୦ ଲକ୍ଷର ଧଳା ଜହର ଜବତ । ଜଳେଶ୍ୱର ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ୪୦୦ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି । ଏସଟିଏଫ୍, ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢାଉରେ ୪୦ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରାଯାଇଛି ।
ଏହାସହ ଜଣେ ବେପାରୀକୁ ଗିରଫ କରିଛି ପୋଲିସ । ଗତ ୫ ମାସ ମଧ୍ୟରେ ୫ କେଜିରୁ ଉର୍ଦ୍ଧ୍ୱ ବ୍ରାଉନସୁଗର ଜବତ ସହ ୩୦ ଜଣଙ୍କୁ ଗିରଫ କରିଛି ଜଳେଶ୍ୱର ପୋଲିସ । ବାରମ୍ବାର ଚଢାଉ ପରେ ବି ଜଳେଶ୍ୱର ଅଞ୍ଚଳରେ ବ୍ରାଉନସୁଗର ବେପାରରେ ରୋକ୍ ଲାଗୁନି ।