Odia News Portal

ଏକାକୀ ନିର୍ବାଚନ ଲଢ଼ିବ ବିଏସପି

ୟୁପି: ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ଏକାକୀ ନିର୍ବାଚନ ଲଢ଼ିବ ବିଏସପି । ଆଜି ଏନେଇ ସୂଚନା ଦେଇଛନ୍ତି ବିଏସିପି ମୁଖ୍ୟ ମାୟାବତୀ । ଉତ୍ତର ପ୍ରଦେଶରେ ଏମଆଇଏମଏମ ସହ ମିଶି ବିଏସପି ନିର୍ବାଚନ ଲଢ଼ିବ ବୋଲି ଖବର ପ୍ରସାରଣ ହେଉଥିଲା । ଏପରିକି ଏହି ଖବରକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଏହି ଚର୍ଚ୍ଚା ପରେ ଆଜି ମୁହଁ ଖୋଲିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ ।

ସୂଚନାଯୋଗ୍ୟ ଯେ ଏନସିପି ନେତା ଶରଦ ପୱାରଙ୍କ ନେତୃତ୍ୱରେ ଦେଶରେ ବିରୋଧୀ ରାଜନୈତିକ ଦଳଗୁଡିକର ଏକ ମେଣ୍ଟ ଗଠନ ପାଇଁ ପ୍ରୟାସ ଚାଲିଥିବା ଆଲୋଚନା ହେଉଥିବାବେଳେ ଏହାକୁ କେହି ସ୍ୱୀକାର କିମ୍ବା ଅସ୍ୱୀକାର କରିନାହାନ୍ତି । ଅବଶ୍ୟ ଭାଜପା ବିରୋଧରେ ଦେଶରେ କୌଣସି ବିକଳ୍ପ ମେଣ୍ଟ ଗଠନ କରାଗଲେ ସେଥିରେ କଂଗ୍ରେସକୁ ନିଆଯିବା ଆବଶ୍ୟକ ବୋଲି ଶରଦ ପୱାର ମତ ରଖିବାର ଦିନକ ପରେ ଶିବସେନା ନେତା ସଞ୍ଜୟ ରାଉତ ମଧ୍ୟ ଏହାକୁ ସମର୍ଥନ ଜଣାଇଛନ୍ତି । ସେ କହିଛନ୍ତି, ଏହି ସର୍ବପୁରାତନ ଦଳକୁ ନେଇ ଏକ ମଜଭୁତ ବିକଳ୍ପ ଗଠନ କରାଯାଇପାରିବ । ଏ ସମ୍ପର୍କରେ ବିଏସପି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନଥିବାବେଳେ ଆଗାମୀ ନିର୍ବାଚନରେ ରାଜ୍ୟରେ ଏକାକି ଲଢିବ ବୋଲି କହିଛି ।