Odia News Portal

ବୁଲିବାଇ ଆପ ମାମଲାରେ ଓଡିଶାରୁ ଜଣେ ଗିରଫ

ବହୁ ଚର୍ଚ୍ଚିତ ବୁଲିବାଈ ଆପ ମାମଲାରେ ଓଡିଶାରୁ ଜଣେ ଗିରଫ । ମୁମ୍ବାଇ ପୋଲିସ ଓଡିଶାରୁ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ଏଏନଆଇ ସୂତ୍ରରୁ ସୁଚନା ମିଳିଛି । ତେବେ ଏହି ଅଭିଯୁକ୍ତ ଜଣଙ୍କ କିଏ ? ସେ କଣ କରନ୍ତି ? ସେ ସମ୍ପର୍କରେ ଏବେ ବିସ୍ତ୍ରୃତ ସୂଚନା ଦିଆଯାଇନାହିଁ । ବୁଲିବାଈ ଆପ କଣ୍ଟ୍ରୋଭର୍ସି ମାମଲାରେ ପୂର୍ବରୁ ଦିଲ୍ଲୀ, ବେଙ୍ଗାଲୁରୁରୁ ଉତ୍ତର ପୂର୍ବ ରାଜ୍ୟରୁ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳାଙ୍କୁ ଆକ୍ଷେପ କରିବା ସହିତ ନିଲାମ କରାଯାଉଥିଲା । ଏହି ଆପ ଜରିଆରେ ସବୁ ହେଉଥିଲା । ଘଟଣାକୁ ନେଇ ସାରା ଦେଶରେ ପ୍ରବଳ ବିରୋଧ ପ୍ରକାଶ ପାଇଥିଲା ।