Odia News Portal

ଭିସୁଟ୍ ସଟଡାଉନ୍,କ୍ୟାମ୍ପସ କଣ୍ଟେନମେଣ୍ଟ ଜୋନ୍

ଭିସୁଟ୍ ପୁଲହ ହଷ୍ଟେଲକୁ ପ୍ରଶାସନର ବଫର ଜୋନ୍ ଘୋଷଣା

ସମ୍ବଲପୁର: କରୋନା ସଂକ୍ରମିତ ବଢିବାରୁ ବୁର୍ଲା ଭିସୁଟ୍ ସଟଡାଉନ । ଭିସୁଟ୍ କ୍ୟାମ୍ପସ କୁ ପୁଣି ଫେରିଲା କଣ୍ଟେଣ୍ଟମେଣ୍ଟ ଜୋନ୍ । ଅନିର୍ଦ୍ଦିଷ୍ଟ କାଳ ପାଇଁ ସଟଡାଉନ ହେଲା ବୀର ସୁରେନ୍ଦ୍ର ସାଏ ୟୁନିର୍ଭସିଟି ଅଫ୍ ଟେକ୍ନୋଲଜୀ । ଗତକାଲି ୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଏପରିକି ଭିସୁଟର ପୁଲହଃ ହଷ୍ଟେଲ ଓ ତାର ଆଖପାଖ ଅଞ୍ଚଳକୁ ବଫର୍ ଜୋନ୍ ଘୋଷଣା କରାଯାଇଛି ।

VSSUT Shutdown

ଏହି ଅଞ୍ଚଳ ଦେଇ ସର୍ବସାଧାରଣ ଯାଇପାରିବେ ନାହିଁ ବୋଲି ପ୍ରଶାସନ ସୂଚନା ଜାରି କରାଯାଇଛି । ଭିସୁଟର ପୁଲତ୍ସ୍ତ୍ୟ, ମରିଚି, ପୁଲହ, ବସିଷ୍ଟ, ଅତ୍ରି, କତ୍ତୃ, ଅନୁରାଧା, ଅରୁନ୍ଧତୀ, ରୋହୀନି ଓ ବିଶାଖା ହଷ୍ଟେଲ ଗୁଡିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସେହିପରି ପୁଲହ ହଷ୍ଟେଲକୁ ବଫର ଜୋନ୍ ଭାବେ ଘୋଷଣା କରିଛି ପ୍ରଶାସନ। ଏହି ଅଞ୍ଚଳ ୨୭ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମ୍ପୁର୍ଣ୍ଣ ସଟଡାଉନ ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଆଜିଠୁ କ୍ୟାମ୍ପସରେ ସଟଡାଉନ ଲାଗୁ ହୋଇଛି । ଛାତ୍ରଛାତ୍ରୀ ମାନେ ନିଜ ଘରକୁ ଫେରିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢିବେ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।