Odia News Portal

ବରଗଡ଼ରେ ହେବ କ୍ୟାନସର ହସ୍ପିଟାଲ

ବରଗଡ଼: ବରଗଡରେ ନିର୍ମାଣ ହେବ କ୍ୟାନସର ହସ୍ପିଟାଲ । ଏହି ହସ୍ପିଟାଲ ନିର୍ମାଇ ପାଇଁ ୯୦ କୋଟି ୨୭ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏହି ଟଙ୍କାରେ କେବଳ ହସ୍ପିଟାଲ ପାଇଁ ସ୍ୱତନ୍ତ୍ର ପାଞ୍ଚ ମହଲା ବିଶିଷ୍ଠ ମେକାଠା ନିର୍ମାଣ ହେବ । ଏହି କୋଠରିର ତଳ ମହଲାରେ ରେଡିଏସନ ଥେରାପି ୟୁନିଟ୍,ବଙ୍କର,ମେଡିକାଲ ଅଙ୍କୋଲୋଡି ଓପିଡି,ସର୍ଜିକାଲ ଅଙ୍କୋଲୋଡି,ଓ ୨୦ ଶର୍ଯ୍ୟା ବିଶିଷ୍ଠ ଡେ କେୟାର, ହେବ । ଓ ଏହାସହ ପ୍ରଥମ ମହଲାରେ ପିଇଟିସିଟି, ଦ୍ୱିତୀୟ ମହଲାରେ ଗ୍ରାମା ହଟ ଚାମ୍ବର,ତୃତୀୟ ମହଲାରେ ଆଇପିଡି ମେଡିକାଲ ଓ ଚତୁର୍ଥ ମହଲାରେ ସର୍ଜିକାଲ ଅଙ୍କୋଲୋଡି ହେବ।। ବ୍ୟବସ୍ଥା ରହିବ ।

ଏହାସହ ଆଗକୁ ରାଜ୍ୟରେ ମିଳିବ ଜି+୫ କ୍ୟାନସର ଚିକିତ୍ସା । ଏହି ଜି+୫ କର୍କଟ ସେବା କେନ୍ଦ୍ର ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ପ୍ରଶାସନିକ ପକ୍ଷରୁ ଅନୁମତି ମିଳିସାରିଛି । ତେବେ ଏହି କ୍ୟାନସର ସେଣ୍ଟର ହେଲେ ବରଗଡ ଅଞ୍ଚଳରେ ଥିବା ରୋଗୀ ସୁବିଧାରେ ଚିକିତ୍ସା ପାଇପାରିବେ ।