Odia News Portal

ମେ’ ୪ରୁ ଆରମ୍ଭ ସିବିଏସଇ ପରୀକ୍ଷା

ନୂଆଦିଲ୍ଲୀ : ମେ’ ୪ରୁ ଆରମ୍ଭ ସିବିଏସଇ ପରୀକ୍ଷା । ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସୂଚୀ ଘୋଷଣା କଲା ସିବିଏସଇ । ସିବିଏସଇ ପରୀକ୍ଷା ନେଇ ସୂଚୀ ପ୍ରକାଶ କଲେ କେନ୍ଦ୍ର ସରକାର । ଏନେଇ ଟ୍ୱିଟ କରି ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ।ଏହା ପୂର୍ବରୁ ଜାନୁଆରୀ ୨୮ରେ ସିବିଏସଇ ବୋର୍ଡ ପରୀକ୍ଷା ନେଇ ତାରିଖ ଘୋଷଣା ସରିଥିବା ସମୟରେ ବୋର୍ଡ ପରୀକ୍ଷା ମେ ୪ରୁ ଆରମ୍ଭ ହୋଇ ଜୁନ ୧୦ ପର୍ୟ୍ୟନ୍ତ ଚାଲିବ ବୋଲି କୁହାଯାଇଥିଲା । ତେବେ ମାର୍ଚ୍ଚ ୧ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ ।