Odia News Portal

ବାଇକ୍ ସାଇଡ ମରାକୁ ନେଇ ଗୋଷ୍ଠୀ ସଙ୍ଘର୍ଷ

ଭଦ୍ରକ: ଝିମିଟି ଖେଳରୁ ମହାଭାରତ ହେବା ଭଳି ସାମାନ୍ୟ କଥାରୁ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି । ବାଇକ ସାଇଡ ମରାକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ କନ୍ଦଳ ହୋଇଥିବା ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲାରୁ ଆସିଛି ଏଭଳି ଦୃଶ୍ୟ । ଏହି ଗୋଷ୍ଠୀ କନ୍ଦଳରେ ୫ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ସମସ୍ତ ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୂତୟନ କରାଯାଇଛି ।

ମାଡ଼ ଖାଇଥିବା ଯୁବକ ମାନେ କୃଷ୍ଣପୁର ଓ ଭୂଇଁବୁତି ଗାଁର ବୋଲି ଜଣାପଡ଼ିଛି । ସେପଟେ ଚାରିଖଣ୍ଡ ଗାଁର ଲୋକେ ଏମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ମାଧପୁର ପଞ୍ଚାୟତର କରାଣ୍ଡିମାଳ ଓ ରାମେଶ୍ୱର ଗାଁର ଲୋକେ ମିଳିତ ଭାବେ ଏମାନଙ୍କୁ ଆକ୍ରମଣ କରିଥିଲେ । ତେବେ ଏହି ଗୋଷ୍ଠୀ କନ୍ଦଳ ଉଗ୍ର ରୂପ ଧାରଣ କରିଛି । ଲୋକେ ଠେଙ୍ଗାବାଡ଼ି ଠାରୁ ଆରମ୍ଭ କରି ଛୁରୀ ଭୂଜାଲି ଧରି ବାହାରିଥିବା ଦେଖିବାକୁ ମିଳିଥିଲା ।