Odia News Portal

ଗଜପତି ମହାରାଜାଙ୍କ ଦ୍ୱାରା ଚାଲିଛି ଛେରା ପହଁରା

ପୁରୀ: କରୋନା କଟକଣା ମଧ୍ୟରେ ସକାଳୁ ରୀତିନୀତିରେ ଚାଲିଛି ରଥଯାତ୍ରା ନୀତି । ଆଜି ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା , ଘୋଷଯାତ୍ରା। ୩ ରଥରେ ବିଜେ ହୋଇସାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଜଗତଗୁରୁ ଶଙ୍କରାଗଜପତି ମହାରାଜାଙ୍କ ଦ୍ୱାରା ଚାଲିଛି ଛେରା ପହଁରା ଓ ଗଜପତି ମହାରାଜା ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଗଜପତି ମହାରାଜାଙ୍କ ଦ୍ୱାରା ଆରମ୍ଭ ହୋଇଛି ରଥଯାତ୍ରାର ଅନ୍ୟତମ ଆକର୍ଷଣୀୟ ନୀତି ଛେରାପହଁରା। ଗୋଟିଏ ପରେ ଗୋଟିଏ ରଥରେ ରାଜା ବେଶରେ ଗଜପତି ଛେରା ପହଁରା କରୁଛନ୍ତି।