Odia News Portal

ସମ୍ପନ୍ନହେଲା ଛେରା ପହଁରା ନୀତି

ପୁରୀ: ତିନିରଥକୁ ଛେରା ପହଁରା କରିଛନ୍ତି ଗଜପତି ମହାରାଜା । ଗଜପତି ମହାରାଜା ତିନିରଥର ଛେରା ପହଁରା ନୀତି ସମ୍ପନ୍ନ କରିବା ପରେ ଏବେ ଅନ୍ୟନୀତି ଆରମ୍ଭ ହୋଇଛି । ତେବେ କିଛି ସମୟ ମଧ୍ୟରେ ରଥଟଣା ଆରମ୍ଭ ହେବା ନେଇ ସୂଚନା ମିଳିଛି । ତେବେ ରଥ ପଥ ସବୁ ପ୍ରସ୍ତୁତ ହୋଇ ରହିଛି । ସମସ୍ତେ ଚାହିଁ ରହିଛନ୍ତି ଘରେ କେବେ ଗଢ଼ିବ କାଳିଆର ରଥ । ଡାହୁକମାନେ ପ୍ରସ୍ତୁତ ହୋଇ ରହିଥିବା ବେଳେ ସେବାୟତମାନେ ମଧ୍ୟ ରଥ ଟାଣିବା ଲାଗି ପ୍ରସ୍ତୁତ ହୋଇ ରହିଛନ୍ତି ।