Odia News Portal

ନନ୍ଦକିଶୋର ପଟ୍ଟନାୟକଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: କରୋନାରେ ବରିଷ୍ଠ ଫୁଟବଲ୍‌ କୋଚ୍‌ ନନ୍ଦକିଶୋର ପଟ୍ଟନାୟକଙ୍କ ପରଲୋକ ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ଦେହାନ୍ତ ହୋଇଛି । ତେବେ ତାଙ୍କ ମୃତ୍ୟୁରେ ସମସ୍ତ କ୍ରୀଡା ଜଗତରେ ଦୁଃଖର ଛାୟା ଖେଳିଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନନ୍ଦକିଶୋରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ଶୋକ ବାର୍ତ୍ତାରେ କହିଛନ୍ତି କି, ଓଡିଶାରୁ ବିଶ୍ୱସ୍ତରୀୟ ଫୁଟବଲ୍ କ୍ରୀଡାବିତ୍ ସୃଷ୍ଟି ଓ କ୍ରୀଡାକ୍ଷେତ୍ରରେ ନୂଆ ମାଇଲ୍ ଖୁଣ୍ଟ ସ୍ଥାପନା ପାଇଁ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ହେବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି । ଏପରି ଦୁଃଖଦ ସମୟରେ ନନ୍ଦକିଶୋରଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।