Odia News Portal

ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ରାଜଧାନୀରେ ବଦଳିଲା ପାଗର ମିଜାଜ । ଅପରାହ୍ନରେ ଘୋଟି ଆସିଲା କଳାହାଣ୍ଡିଆ ମେଘ । ଭୁବନେଶ୍ବରରେ ହଠାତ୍‌ ସୃଷ୍ଟିହୋଇଥିବା ବର୍ଷା ଓ ପବନ ‌ଯୋଗୁଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ମୟୂରଭଞ୍ଜରୁ ଭୁବନେଶ୍ବର ନେଇ ଆସୁଥିବା ହେଲିକପ୍ଟର ପୁରୀର ସମଙ୍ଗ ଅସ୍ଥାୟୀ ବସ୍‌ଷ୍ଟାଣ୍ଡ ନିକଟ ହେଲରିପ୍ୟାଡ୍‌ରେ ଜରୁରୀ ଅବତରଣ କରିଛନ୍ତି। ସୁରକ୍ଷିତ ଭାବେ ସେଠାରେ ସେ ଅବତରଣ କରିଛନ୍ତି । ସେଠାରୁ  ଭୁବନେଶ୍ବର ସେ ସଡ଼କ ପଥରେ ଆସିବାକୁ ଯୋଜନା ହୋଇଛି। ତେବେ ପୁରୀରେ ମଧ୍ୟ ପ୍ରବଳ ବର୍ଷା ଓ ପବନ ଆରମ୍ଭ ହୋଇଯାଇଥିବାରୁ ସେଠାରୁ ପୁରୀର ସର୍କିଟ୍‌ ହାଉସ୍‌କୁ ମୁଖ୍ୟମନ୍ତ୍ରୀଙ୍କୁ ଆଣିବାକୁ ଆଲୋଚନା ଚାଲିଛି। ସେଠାରେ କିଛି ସମୟ ବିଶ୍ରାାମ କରିବା ପରେ ଭୁବନେଶ୍ବର ଗସ୍ତ ନେଇ ନିଷ୍ପତ୍ତି ନିଆଯିବ ବୋଲି ସରକାରୀ ସୂତ୍ରରୁ ଜଣାଯାଇଛି ।