Odia News Portal

ଛତିଶଗଡ଼ରୁ ବନ୍ଦ ହେଉ ଟ୍ରେନ୍ ସେବା

କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟ ସଚିବ

ଭୁବନେଶ୍ୱର : ଛତିଶଗଡ଼ରେ କରୋନା ସଂକ୍ରମଣ ଦିନକୁ ଦିନ ବଢି·ଲିଥିବାରୁ ଏହି ରାଜ୍ୟରୁ ରେଳ ଚଳାଚଳ ବନ୍ଦ ପାଇଁ ପୁଣି ଥରେ ଅନୁରୋଧ କରିଛନ୍ତି ଓଡ଼ିଶା ସରକାର । ଛତିଶଗଡ଼ରୁ ଓଡ଼ିଶାକୁ ଅ ।ସୁଥିବା ଟ୍ରେନଗୁଡ଼ିକୁ ଅତି କମରେ ୧୫ ଦିନ ବନ୍ଦ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି । ବର୍ତ୍ତମାନ ୧୮ଟି ସ୍ୱତନ୍ତ୍ର ଟ୍ରେନ ଛତିଶଗଡ଼ରୁ ଓଡ଼ିଶା ମଧ୍ୟରେ ଚଳାଚଳ କରୁଛି ।
ଚଳିତ ମାସ ଅ ।ରମ୍ଭରେ ଓଡ଼ିଶା ସରକାର କରିଥିବା ଅନୁରୋଧକୁ ରେଳ ବୋର୍ଡ ପ୍ରତ୍ୟାଖ୍ୟାନ କରିଦେଇଥିଲା । ଛତିଶଗଡ଼ରୁ ଅ ।ସୁଥିବା ଯାତ୍ରୀମାନଙ୍କୁ ଓଡ଼ିଶା ସରକାର ଠିକଭାବେ ଯାଞ୍ଚ କରିବାର ବ୍ୟବସ୍ଥା କରନ୍ତୁ ବୋଲି ରେଳବୋର୍ଡ ଅଧ୍ୟକ୍ଷ ସୁନୀତ ଶର୍ମା ଗତ ୯ ତାରିଖରେ ଓଡ଼ିଶା ସରକାରଙ୍କୁ ଜଣାଇଦେଇଥିଲେ । ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି ସୁନୀତ ଶର୍ମା ଜଣାଇଥିଲେ ଯେ ମାର୍ଚ୍ଚ ୨୩ରେ ଅ ।ସିଥିବା ଗୃହମନ୍ତ୍ରାଳୟର ଗାଇଡଲାଇନ ଅନୁସାରେ ରେଳ ଚଳାଚଳ ଜାରି ରହିବ । ଏ ପ୍ରସଙ୍ଗରେ ଓଡ଼ିଶା ସରକାର ଗୃହମନ୍ତ୍ରାଳୟ ସହ ଯୋଗାଯୋଗ କରିବା ଅ ।ବଶ୍ୟକ ବୋଲି ସେ ପରାମର୍ଶ ଦେଇଥିଲେ । ଏହାପରେ ଅ ।ଜି ମୁଖ୍ୟଶାସନ ସଚିବ କେନ୍ଦ୍ର ଗୃହ ସଚିବଙ୍କୁ ଚିଠି ଲେଖି ଓଡ଼ିଶାର ଦାବି ଜଣାଇଛନ୍ତି ।
ଟିକା ପାଇଁ ପୁଣି ଚିଠି ଲେଖିଲେ ସ୍୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଅ ।ଜି ପୁଣିଥରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହିତ ୧୦ ଦିନ ପାଇଁ ୨୫ ଲକ୍ଷ କୋଭିସିଲ୍ଡ ଟିକା ଯୋଗାଇବାକୁ ଅନୁରୋଧ କରିଛନ୍ତି । ଏହାକଲେ ହିଁ ରାଜ୍ୟରେ ଟିକାକରଣ କାର୍ଯ୍ୟ ସୁରୁଖୁରରେ ·ଲିପାରିବ ବୋଲି ମନ୍ତ୍ରୀ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ।ରାଜ୍ୟରେ କୋଭିଡ୍ ଟିକାର ସୱଳ୍ପ ପରିମାଣ ଓ ଅନିୟମିତ ଯୋଗାଣ ଯୋଗୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ସୁଦ୍ଧା ରାଜ୍ୟକୁ ୫୦ ଲକ୍ଷ ୭୯ ହଜାର ୬୫୦ କୋଭିଡ୍ ଟିକା ଯୋଗାଇ ଦିଅ ।ଯାଇଛି । ତା ଭିତରୁ ୪୫ ଲକ୍ଷ ୪୨ ହଜାର ୮୭୦ ଡୋଜ୍ କୋଭିସିଲ୍ଡ ହୋଇଥିବାବେଳେ ବାକି ୫ ଲକ୍ଷ ୩୬ ହଜାର ୭୮୦ ହେଉଛି କୋଭାକ୍ସିନ । ତେବେ ବର୍ତ୍ତମାନ ଟିକାକରଣ କେନ୍ଦ୍ରରେ କୋଭିସିଲ୍ଡ ଟିକା ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।