Odia News Portal

ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ଘରେ କାମ କରୁଥିଲେ ଶିଶୁ ଶ୍ରମିକ, ଉଦ୍ଧାର କଲା ଚାଇଲ୍ଡ ଲାଇନ୍‌

ଭୁବନେଶ୍ୱର: ରାଜ୍ୟରେ ଶିଶୁ ଶ୍ରମିକ ହଟାଇବା ଲାଗି ସରକାର କେତେ ଯୋଜନା କରିଛନ୍ତି । ଶିଶୁଙ୍କୁ ମାଗଣାରେ ପାଠ ପଢ଼ାଇବା ଠାରୁ ଆରମ୍ଭ କରି ଅନେକ ଯୋଜନା ମାଧ୍ୟରେ ସେମାନଙ୍କୁ ବିଭିନ୍ନ ମାଗଣା ସାମଗ୍ରୀ ଦିଆଯାଉଛି । ତେବେ ସମାଜରେ ଶିକ୍ଷିତ ହୋଇ ଶିଶୁ ଶ୍ରମିକ ଭଳି ପ୍ରଥାକୁ ପ୍ରଶୟ ଦେଇଛନ୍ତି ଜଣେ ଅବସରପ୍ରାପ୍ତ ଜିଲ୍ଲାପାଳ । ଆଜି ଜଣେ ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ଘରୁ ଜଣେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଭୁବନେଶ୍ୱର ଆଇଆରସି ଭିଲେଜରେ ତାଙ୍କ ଘରୁ ଉଦ୍ଧାର କରାଯାଇଛି । ଉଦ୍ଧାର କରାଯାଇଥିବା ନାବାଳିକାର ବୟସ ୧୨ ବର୍ଷ ହେବ । ତାଙ୍କ ଘର ବ୍ରହ୍ମପୁର ଅଞ୍ଚଳରେ । ବାପା ଜଣେ ରିକ୍ସା ଚାଳକ ହୋଇଥିବା ବେଳେ ମା ପରଘରେ ମୁଲ ଲାଗନ୍ତି । ଆଜି ଚାଇଲ୍ଡ ଲାଇନ ଦ୍ୱାରା ଏହି ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ।

ତେବେ ସବୁଠାରୁ ବଡ଼ କଥା ହେଉଛି କି, ଏହି ଜିଲ୍ଲାପାଳଙ୍କ ପୁଅ ହାଇଦ୍ରାବାଦରେ ଏକ ଆଇନ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ ଝିଅ ଏକ ଇଂଲିସ ମିଡିୟମ ସ୍କୁଲ ଚଳଉଛନ୍ତି । ଏତେବଡ଼ ଶିକ୍ଷିତ ପରିବାର ହୋଇ ମଧ୍ୟ ଏଭଳି ଶିଶୁ ଶ୍ରମିକ ପ୍ରଥାକୁ ଆଶ୍ରୟ ଦେବା ସାଧାରଣରେ ନିନ୍ଦା କରାଯାଇଛି ।