Odia News Portal

ଟୋକିଓ ଅଲମ୍ପିକ, ଚୀନ ଜିତିଲା ପ୍ରଥମ ସ୍ୱର୍ଣ୍ଣ ପଦକ

ଟୋକିଓ: ଟୋକିଓ ଅଲିମ୍ପିକ୍ସର ପ୍ରଥମ ସ୍ୱର୍ଣ୍ଣ ପଦକ ଚୀନ ହାତେଇଛି । ମହିଳା ୧୦ ମିଟର ଏୟାର ରାଇଫଲ ଇଭେଂଟରେ ଚୀନ ଏହି ସଫଳତା ହାସଲ କରିଛି । ୟାଙ୍ଗ କ୍ୱିନାନ ଫାଇନାଲରେ ୨୫୧.୮ ଅଙ୍କ ସ୍କୋର କରିଥିଲେ ।ଅଲିମ୍ପିକ୍ସ ରେକର୍ଡ ସହ ୟାଙ୍ଗ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ ।ରୁଷିଆର ଆନାସ୍ତାସିୟା ଗାଲାସିନା ରୌପ୍ୟ ପଦକ ଜିତିଥିବା ବେଳେ ସୁଇଜରଲାଣ୍ଡର ନୀନା କ୍ରିଷ୍ଟିଆନ ବ୍ରୋଞ୍ଜ ପଦକ ଜିତିଛନ୍ତି । ଭାରତୀୟ ଶୁଟର ଏହି ବିଭାଗରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ଇଲାବେନିଲ ବାଲାରିବନ ଓ ଅପୂର୍ବୀ ଚନ୍ଦେଲା କ୍ୱାଲିଫିକେଶନ ରାଉଣ୍ଡ ଅତିକ୍ରମ କରିପାରି ନ ଥିଲେ ।