Odia News Portal

ଖୋଲିବନି ପ୍ରଥମରୁ ଅଷ୍ଟମ ସ୍କୁଲ: ସମୀର ଦାଶ

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏବେ ଖୋଲିବ ନାହିଁ ସ୍କୁଲ । ଏନେଇ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ସୂଚନା ପ୍ରଦାନ କରିଛନ୍ତି । ଆଜିଠୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ । ଏଭଳି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ସମ୍ପର୍କରେ ନୀତିଗତ ଭାବେ ନିଷ୍ପତ୍ତି ହୋଇନାହିଁ । ବଢୁଥିବା ସଂକ୍ରମଣକୁ ଦେଖି ପୁନର୍ବିଚାର କରାଯାଉଛି ।

ତେବେ ଖୁବଶୀଘ୍ର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବ ବୋଲି ପୂର୍ବରୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ପ୍ରଦାନ କରିଥିଲେ। ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ପ୍ରସ୍ତୁତ କରାଯାଉଛି ବୋଲି ମଧ୍ୟ ମନ୍ତ୍ରୀ କହିଥିଲେ । ତେବେ ରାଜ୍ୟରେ ଅଙ୍ଗନୱାଡି କେନ୍ଦ୍ର ଖୋଲିବା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ ।

ତେବେ ରାଜ୍ୟରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ୍ ଜାରି ରହିଛି । ପିଲାମାନେ ଶ୍ରେଣୀଗୃହରେ ପାଠ ପଢୁଛନ୍ତି ।ସେହିଭଳି ପଡୋଶୀ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ପୁଣି ଥରେ ଲକ୍‌ଡାଉନ୍ ମଧ୍ୟ ଫେରିଛି । ତେଣୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ନେଇ ବିଚାର ବିମର୍ଷ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି ।