Odia News Portal

ପଞ୍ଜାବ: ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ମାନ ବିଜୟୀ

ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ଭଗବନ୍ତ ମାନ୍ ପଞ୍ଜାବର ଧୁରୀ ଆସନରୁ ବିଜୟ ହାସଲ କରିଛନ୍ତି। ଭଗବନ୍ତ ମାନ ୫୦ ହଜାରରୁ ଅଧିକ ଭୋଟରେ ଜିତିଛନ୍ତି | ଭଗବନ୍ତ ୭୮ ହଜାରରୁ ଅଧିକ ଭୋଟ୍ ପାଇଥିବାବେଳେ କଂଗ୍ରେସର ଦଲବୀର ସିଂ ଗୋଲ୍ଡି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ବିଜୟ ପରେ ସେ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ସିନିୟର ବାଦଲ, ଅମରିନ୍ଦର ସିଂ, ଚରଣଜିତ ସିଂ ଚାନ୍ନିଙ୍କ ସମେତ ବହୁ ବଡ ନେତା ନିର୍ବାଚନରେ ​​ହାରିଛନ୍ତି।

ପଞ୍ଜାବରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସହ ସରକାର ଗଢ଼ିବାକୁ ଯାଉଛି । ଅପରାହ୍ନ ୨ଟା ପର୍ଯ୍ୟନ୍ତ ମିଳିଥିବା ଟ୍ରେଣ୍ଡ ଅନୁଯାୟୀ ୧୧୭ ଆସନ ମଧ୍ୟରୁ ଆପ୍ ୯୧ଟି ଆସନରେ ଆଗୁଆ ରହିଛି ।