Odia News Portal

ମୁଖ୍ୟମନ୍ତ୍ରୀଙ୍କ ଦୀପାବଳୀ ଭେଟି, ରାଜ୍ୟରେ ପେଟ୍ରୋଲ,ଡିଜେଲ ଉପରୁ ଭାଟ୍ ହ୍ରାସ

ଭୁବନେଶ୍ୱର : ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଉପହାର। ତେଲରୁ ୩ ଟଙ୍କା ଭାଟ୍‌ ହ୍ରାସ କଲେ ରାଜ୍ୟ ସରକାର। ତେଲ ଦର ୩ ଟଙ୍କା କମିଲା। ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପେଟ୍ରୋଲ ଓ ଡିଜେଲ୍‌ରୁ ୩ ଟଙ୍କା ଭାଟ୍‌ କମାଇଲେ ସରକାର। ୫ ତାରିଖ ମଧ୍ୟରାତ୍ରିରୁ ଲାଗୁହେବ ନୂଆ ତେଲ ଦର। ଗତକାଲି କେନ୍ଦ୍ର ସରକାର ପେଟ୍ରୋଲରୁ ୫ଟଙ୍କା ଓ ଡିଜେଲରୁ ୧୦ ଚଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। ଗତକାଲି ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ କେନ୍ଦ୍ର ସରକାର । ପେଟ୍ରୋଲ ଉପରୁ ୫ ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରାଯାଇଛି । ପେଟ୍ରୋଲ ଠାରୁ ଡିଜେଲ ଉତ୍ପାଦ ଶୁଳ୍କ ଦୁଇ ଗୁଣା ହ୍ରାସ କରାଯାଇଛି । ମଧ୍ୟରାତ୍ରରୁ ନୂଆ ଦର ଲାଗୁ ହୋଇଛି । ଡିଜେଲ ଉପରୁ ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ ରବି ଫସଲ ପାଇଁ ଚାଷୀଙ୍କୁ ସହାୟକ ହେବ ବୋଲି ସରକାର କହିଛନ୍ତି ।ଗ୍ରାହକଙ୍କ ଆଶ୍ୱସ୍ତି ପାଇଁ ରାଜ୍ୟ ସରକାରମାନଙ୍କୁ ପେଟ୍ରୋଲ ଓ ଡିଜେଲ ଉପରେ ଭ୍ୟାଟ୍‌ ହ୍ରାସ କରିବାକୁ କୁହାଯାଇଥିଲା । ଗତ ବର୍ଷ ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ୧୯ଟଙ୍କା ୯୮ ପଇସାରୁ ୩୨ ଟଙ୍କା ୯ ପଇସାକୁ ବୃଦ୍ଧି କରାଯାଇଥିଲା । ଏବେ ଉତ୍ପାଦ ଶୁଳ୍କ ହ୍ରାସ ଗ୍ରାହକଙ୍କୁ ସାମାନ୍ୟ ଆସ୍ୱସ୍ତି ଦେବ । ଗତ କିଛି ଦିନ ହେବ ନିୟମିତ ଭାବେ ତୈଳ ଦର ବୃଦ୍ଧିକୁ ନେଇ ଗ୍ରାହକ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଥିଲା ।