Odia News Portal

ବିଜେଡିର ୭୦ ପ୍ରତିଶତ ମହିଳା ଜିଲ୍ଲା ପରିଷଦ ଅଧ୍ୟକ୍ଷା : ସୁପ୍ରିମୋ ନବୀନଙ୍କୁ ଶ୍ରେୟ ଦେଲା ଦଳ

ପଞ୍ଚାୟତ ନିର୍ବାଚନରେ ବିଜେଡିର ମହିଳା ପ୍ରାର୍ଥୀଙ୍କ ସଫଳତା । ୭୦ ପ୍ରତିଶତ ମହିଳା ପ୍ରାର୍ଥୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ପଞ୍ଚାୟତ ନିର୍ବାଚନରେ ୮୦ ପ୍ରତିଶତରୁ ଅଧିକ ଆସନ ବିଜେଡି ଜିତିଛି । ଏହା BJD ର ଏକ ଐତିହାସିକ ବିଜୟ । ଏହାକୁ ହିଁ ପରିବର୍ତ୍ତନ କୁହାଯାଏ ବୋଲି ବିଜେଡି ମୁଖପାତ୍ର ସୁଲତାନ ଦେଓ କହିଛନ୍ତି ।

୩୦ରୁ ୨୧ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ମହିଳା ନିର୍ବାଚିତ ହୋଇଛନ୍ତି । ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ । ମହିଳା ଆଗକୁ ବଢ଼ିଲେ ଓଡି଼ଶା ଆଗକୁ ବଢ଼ିବ ବୋଲି ସୁଲତା ପ୍ରେସମିଟରେ କହିଛନ୍ତି ।