Odia News Portal

ରାଜ୍ୟର ପ୍ରମୁଖ ସହରକୁ ସଂଯୋଗ କରିବ ବିଜୁ ଏକ୍ସପ୍ରେସ ୱେ-୨

ଦକ୍ଷିଣ ଓଡ଼ିଶାରେ ଲୋକଙ୍କ ବିକାଶକୁ ମିଳିବ ଗତି। ରାଜ୍ୟର ପ୍ରମୁଖ ସହରକୁ ସଂଯୋଗ କରିବ ବିଜୁ ଏକ୍ସପ୍ରେସ ୱେ-୨। ପ୍ରଗତି ପଥରେ ଆହୁରି ଆଗକୁ ବଢିବ ଦକ୍ଷିଣ ଓଡ଼ିଶା। ୩୦୫ କିଲୋମିଟର ଦୀର୍ଘ ଏହି ରାସ୍ତା ବ୍ରହ୍ମପୁର ସହରକୁ ଯୋଡିବ ଜୟପୁର ସହ । ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଖର୍ଚ୍ଚ ହେବ ୭ହଜାର କୋଟି ଟଙ୍କା । ଏଥିରେ ଯୋଡି ହେବ ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲା।

ରାଜ୍ୟର ଅର୍ଥନୈତିକ ଓ ସାମାଜିକ ବିକାଶରେ ଆସିବ ଆହୁରି ପରିବର୍ତ୍ତନ। ରାଜ୍ଯର ଏକ ପ୍ରମୁଖ ଅର୍ଥନୈତିକ କରିଡର ଭାବେ ଗଢି ତୋଳିବା ପାଇଁ ସରକାରଙ୍କ ଲକ୍ଷ୍ୟ ଖୁବଶୀଘ୍ର ପୂରଣ ହେବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ ସହ ଭିଡିଓ ପୋଷ୍ଟ କରି ସୂଚନା ଦିଆଯାଇଛି।