Odia News Portal

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ବିଭିନ୍ନ ଦାବି ଜଣାଇଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ

ରାୟଗଡା଼: କେନ୍ଦ୍ର ରେଳ, ଯୋଗାଯୋଗ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗତ ୨୦ତାରିଖରେ ରାୟଗଡ ଜିଲ୍ଲା ଗସ୍ତ ଅବସରରେ ବିଭିନ୍ନ ଦାବି ଜଣାଇଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା । ସ୍ଥାନୀୟ ସର୍କେଟ ହାଉସ ଠାରେ ସକାଳୁ ଯାଇ ଜିଲ୍ଲାର ବରିଷ୍ଠ ଅଫହିକରି ମାନେ ସାକ୍ଷ୍ୟାତ କରି ଏହି ସବୁ ଦାବି ଜଣାଇଥିଲେ । ମୁଖ୍ୟତଃ ଜିଲାରେ ଏକ ତୃତୀୟଂଶ ଅଂଚଳରେ ମୋବାଇଲ ଟାୱାର ସ୍ଥାପନ ହୋଇନଥିବାରୁ ଜିଲ୍ଲାର ଦୁର୍ଗମ ଇଲାକାର କୋକମାନେ ସୁବିଧା ପାଇପାରୁନଥିବା ଦର୍ଶାଇଥିଲେ ଓ ଏହି ସବୁବେଳେ ଅଂଚଳରେ ମୋବାଇଲ ଟାୱାର ପ୍ରତିଷ୍ଠା କରିବାକୁ ଅନୁରୋଧ କରିଥିଲେ । ସେହିପରି ମା ମଝିଘରିଆଣି ମନ୍ଦିର ଜମି ପ୍ରତିବଦଳ ଶୀଘ୍ର କରିବାକୁ ଅନୁରୋଧ କରିଥିଲେ । ଥେରୁବାଲି-ଗୁଣପୁର ରେଳ ସଂଯୋଗ କାର୍ୟ୍ୟ ତୁରାନ୍ୱିତ କରିବାକୁ ଦାବି ଉପସ୍ଥାପନା କରିଥିଲେ । ସେହିପରି ରାୟଗଡ ଠାରେ ପ୍ରସ୍ତାବିତ ରେଳ ଡିଭିଜନ ପ୍ରତିଷ୍ଠା କାର୍ୟ୍ୟକୁ ଶୀଘ୍ର ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଥିଲେ । ମୋବାଇଲ ଟାୱାର ପ୍ରତିଷ୍ଠା ଓ ରେଳ ଡିଭିଜନ କାମ ଶୀଘ୍ର ଆରମ୍ଭ କରିବା ନେଇ ନିମନ୍ତେ ଟେଲିଫନ ଜିଏମ ଏବଂ ରେଳ ଡିଭିଜନ ଡ଼ିଆରଏମ ଓ ଜିଲ୍ଲାପାଳ ସହିତ ଆଲୋଚନା କରି ସମାଧାନ କରିବାକୁ ପରାମର୍ଶ ଦେଇଥିଲେ ।