Odia News Portal

ମିଳିଲା ମୁଣ୍ଡବିହୀନ ମହିଳାଙ୍କ ପରିଚୟ…

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରୁ ଅନ୍ଧାରୁଆରୁ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ଏବେ ପୋଲିସକୁ ମୃତ ମହିଳାଙ୍କ ପରିଚୟ ମିଳିଛି। ମହିଳାଙ୍କ ଡିଜିଟାଲ୍ ଫିଙ୍ଗର ପ୍ରିଣ୍ଟରୁ ପରିଚୟ ମିଳିଛି । ମୃତ ମହିଳା ଭୁବନେଶ୍ୱରର ବୋଲି ଜଣାପଡିଛି । ଖୁବଶୀଘ୍ର ସମସ୍ତ ତଥ୍ୟ କମିଶନରେଟ୍‌ ପୋଲିସ ପ୍ରେସମିଟ୍‌ ଜରିଆରେ ସୂଚନା ଦେବେ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଗତ ୪ତାରିଖ ଦିନ ଭୁବନେଶ୍ବର ଅନ୍ଧାରୁଆ-ଦାସପୁର ରାସ୍ତା କଡରୁ ମିଳିଥିଲା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ । ମହିଳାଙ୍କୁ ଆଣି ଏହିଠାରେ ହତ୍ୟା କରାଯାଇଛି ନା ବାହାରେ ହତ୍ୟାକରି ମହିଳାଙ୍କୁ ଏଠାରେ ଫୋପାଡି ଦିଆଯାଇଛି ତାର ତଦନ୍ତ ଜାରି ରଖିଛି କମିସନରେଟ ପୋଲିସ । ତେବେ ଘଟଣାରେ ମହିଳାଙ୍କ ପରିଚୟ ଖୋଜିବାକୁ ସହରର ଚାରିଆଡ଼େ ନିଖୋଜ ସମ୍ପର୍କିତ ପୋଷ୍ଟର ଲଗାଇଥିଲା ପୋଲିସ । ମହିଳାଙ୍କ ସମ୍ପର୍କରେ ସୂଚନାଦାତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରାଯାଇଥିଲା । ଏମିତି କି ବସ୍‌ଷ୍ଟାଣ୍ଡ, ରେଳଷ୍ଟେସନ ସହ ବିଭିନ୍ନ ବସ୍ତିରେ ପାଖାପାଖି ୨୦୦ଟି ପୋଷ୍ଟର ଲଗାଇଥିଲା ପୁଲିସ । ସେହିପରି ପୋଲିସ ମହିଳାଙ୍କ ଶବକୁ ୨ଥର ପୋଷ୍ଟମର୍ଟମ ରିପୋର୍ଟ କରିଥିଲା ।

ଫିଙ୍ଗର ଫ୍ରିଣ୍ଟ ଯାଞ୍ଚ ପାଇଁ କୋର୍ଟରେ ଆବଦେନ କରିଛି କମିଶନରେଟ୍ ପୋଲିସ । ମହିଳାଙ୍କ ପରିଚୟ ପାଇଁ ଫିଙ୍ଗରପ୍ରିଣ୍ଟ ମ୍ୟାଚିଂ କରିବାକୁ ଡିଜିଟାଇଜେସନ୍‌ ଦ୍ୱାରା ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରାଯାଇଥିଲା ।ସେହିଭଳି ମହିଳାଙ୍କ ଡିଏନଏ ଟେଷ୍ଟ ପାଇଁ କିଛି ସାମ୍ପୁଲ ରଖାଯିବ ବୋଲି ପୋଲିସ ସୂଚନା ଦେଇଥିଲା ।ତେବେ ଶେଷରେ ଆଜି ପୋଲିସକୁ ମିଳିଛି ସଫଳତା । ସପ୍ତାହେ ପରେ ପୋଲିସକୁ ମିଳିଛି ସୁରାକ୍‌ । କମିଶନରେଟ ପୋଲିସ ହାତରେ ଲାଗିଛି ମୃତ ମହିଳାଙ୍କ ପରିଚୟ । ତେବେ ଆଜି ପ୍ରେସମିଟ ଜରିଆରେ କମିଶନରେଟ୍ ପୋଲିସ ଏନେଇ ଖୁଲାସା କରିବେ ବୋଲି ଜଣାପଡିଛି ।