Odia News Portal

କେନ୍ଦ୍ରମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳା ପତାକା ପ୍ରଦର୍ଶନ | ନାଲକୋ ଛକରେ ଅହେତୁକ ତେଲ ଦର ବୃଦ୍ଧି ଓ କୃଷି ଆଇନ ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ଯୁବ କଂଗ୍ରେସର ସଭାପତି ସ୍ମୃତି ରଂଜନ ଲେଙ୍କାଙ୍କ ନେତୃତ୍ୱରେ ଯୁବ କଂଗ୍ରେସ କର୍ମୀମାନେ କେନ୍ଦ୍ରମନ୍ତ୍ରୀଙ୍କୁ କଳା ପତାକା ଦେଖାଇଛନ୍ତି । ଆଗକୁ ପ୍ରତି ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିରୋଧ କରାଯିବ ବୋଲି କହିଛନ୍ତି ଯୁବ କଂଗ୍ରେସ ସଭାପତି ।

ମାହାଙ୍ଗା ଯାଇ ମୃତ କୁଳମଣି ବରଳାଙ୍କ ପରିବାରକୁ ଭେଟିବେ କେନ୍ଦ୍ରମନ୍ତ୍ରୀ । ତେବେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେପି ନେତା ପୃଥୀରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂହାର, ପ୍ରକାଶ ମିଶ୍ର, ମୋହନ ମାଝୀ, ବିଧାୟକ ଲଲିତେନ୍ଦୁ ମହାପାତ୍ର, ସୁକାନ୍ତ ନାୟକ, ସୁଭାଶିଷ ପାଣିଗ୍ରାହୀ, ପିତାମ୍ବର ଆଚାର୍ଯ୍ୟ, ପ୍ରକାଶ ବେହେରା, ବିଷ୍ଣୁ ପ୍ରସାଦ ତରାଇ ଆଦି ନେତା ମଧ୍ୟ ଏଥିରେ ସାମିଲ ହେବେ |