Odia News Portal

ଶସ୍ତା ହେବ କରୋନା ଟିକା

ଖୁବ୍ ଶୀଘ୍ର ବଜାରରେ ଉପଲବ୍ଧ ହେବାକୁ ଯାଉଥିବା କରୋନା ଟିକା ।ଆଣ୍ଟି-କୋଭିଡ୍ ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ପ୍ରତି ଡୋଜର ମୂଲ୍ୟ ୨୭୫ ଟଙ୍କାରୁ ଅଧିକ ହେବ ନାହିଁ । ଅତିରିକ୍ତ ସେବା ଚାର୍ଜର ମୂଲ୍ୟ ୧୫୦ ଟଙ୍କା ଲାଗୁ ହେବ । ଉଭୟ ଟିକା ଖୁବ ଶୀଘ୍ର ଭାରତର ଔଷଧ ନିୟାମକଙ୍କଠାରୁ ଅନୁମୋଦନ ଲାଭ କରିବ ବୋଲି ଆଶା କରାଯାଉଛି। ସରକାରୀ ସୂତ୍ର ଏହି ସୂଚନା ମିଳିଛି । ସୂଚନାନୁସାରେ ଟୀକାକରଣକୁ ସୁଲଭ କରିବା ପାଇଁ ମୂଲ୍ୟ ଧାର୍ୟ୍ୟ କରିବା ଦିଗରେ କାର୍ୟ୍ୟ ଆରମ୍ଭ କରିବାକୁ ଜାତୀୟ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟି (ଏନପିପିଏ) କୁ ନିର୍ଦ୍ଦେଶ ଦିଆଯାଇଛି।
ବର୍ତ୍ତମାନ ବିଭିନ୍ନ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ କୋଭାକ୍ସିନର ଦର ୧୨ଶହ ଟଙ୍କା ରହିଥିବାବେଳେ କୋଭିସିଲ୍ଡର ଦାମ୍ ରହିଛି ୭୮୦ ଟଙ୍କା । ଏହି ଦୁଇ ଟିକାର ଦାମ ଯେପରି କମ୍ ରହିବ ସେଥିଲାଗି କାର୍ୟ୍ୟ କରିବା ସକାଶେ ଏନପିପିଏକୁ ଦିଆଯାଇଥିଲା ନିର୍ଦ୍ଦେଶ ।
୧୯ ଜାନୁଆରୀରେ ‘ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍’ (CDSCO) ର କୋଭିଡ୍ -୧୯ ବିଷୟ ଉପରେ ବିଶେଷଜ୍ଞ କମିଟି ନିର୍ଦ୍ଦିଷ୍ଟ ସର୍ତ୍ତ ଅନୁଯାୟୀ ବୟସ୍କ ଲୋକଙ୍କ ମଧ୍ୟରେ ବ୍ୟବହାର ପାଇଁ କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ଟିକା ନିୟମିତ ଶୁଭାରମ୍ଭ ଅନୁମୋଦନ କରିବାକୁ ସୁପାରିଶ କରିଥିଲା । ଏକ ସରକାରୀ ସୂତ୍ରରୁ ପ୍ରକାଶ ଯେ “ଟୀକାକରଣର ମୂଲ୍ୟ ହ୍ରାସ ଦିଗରେ କାର୍ୟ୍ୟ କରିବାକୁ NPPA କୁ କୁହାଯାଇଛି। ଡୋଜ ପିଛା ୨୭୫ ଟଙ୍କା ଏବଂ ୧୫୦ ଟଙ୍କା ଅତିରିକ୍ତ ସେବା ଚାର୍ଜ ସହିତ ଏହାର ମୂଲ୍ୟ ଧାର୍ୟ୍ୟ ହେବାର ସମ୍ଭାବନା ରହିଛି।