Odia News Portal

ଦେଶରେ ବଢୁଛି କରୋନା ସଂକ୍ରମଣ

ସାରା ଦେଶରେ କରୋନାର ଡର ।ଆଜି ଦେଶରେ ସାମାନ୍ୟ ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୮୬ ହଜାର ୩୮୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୫୭୩ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ଦୈନିକ ପଜିଟିଭ ହାର ୧୯.୫୯ ପ୍ରତିଶତ ରହିଛି । ସେହିପରି ଭାବରେ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୦୬ ହଜାର ୩୫୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।
ଦେଶରେ ଗତକାଲି ୨ ଲକ୍ଷ ୮୫ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଏହି ସଂଖ୍ୟାରେ ବୃଦ୍ଧି ପାଇଛି । ଆଜି ଦେଶରେ ୨ ଲକ୍ଷ ୮୬ ହଜାର ୩୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ଟିଭ୍ କେସ୍ କଥା ଯଦି କହିବା ତାହାଲେ ବର୍ତ୍ତମାନ ଆକ୍ଟିଭ୍ କେସ୍ ସଂଖ୍ୟା ୨୨ ଲକ୍ଷ ୦୨ ହଜାର ୪୭୨ ରହିଛି । ସେହିପରି ଭାବରେ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୦୬ ହଜାର ୩୫୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ଦିଲ୍ଲୀରେ ଆଜି କରୋନାର ସ୍ଥିତି ସମୀକ୍ଷା କରିବା ପାଇଁ ଡିଭିଏମଏର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଶୀର୍ଷରେ ଥିବା ୫ ରାଜ୍ୟର କରୋନା ସଂକ୍ରମଣ ହାର ଓ ସ୍ଥିତି ବେଶ ଖରାପ ରହିଛି । କର୍ଣ୍ଣାଟକରେ ଲଗାତାର ବଢୁଛି ସଂକ୍ରମଣ । ସେହିପରି କେରଳରେ ମଧ୍ୟ କରୋନାର ଭାୟବହତା ବଢିଚାଲିଛି ।