Odia News Portal

୧୦ ହଜାର ତଳକୁ ଖସୁନି ସଂକ୍ରମଣ: ଦିନକରେ ୧୦,୬୪୯ ପଜିଟିଭ୍

ଭୁବନେଶ୍ବର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୦ ହଜାର ୬୪୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୫୫୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟର ୫ ଜିଲ୍ଲାରେ ଦିନକରେ ୫ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୫୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିରରୁ ୧୯୮ ଜଣ, ବୌଦ୍ଧରୁ ୨୩୨ ଜଣ, କଟକରୁ ୯୩୦ ଜଣ, ଦେବଗଡ଼ରୁ ୧୧୨ ଜଣ, ବାଲେଶ୍ୱରରୁ ୫୦୩ ଜଣ, ବରଗଡ଼ରୁ ୩୯୧ ଜଣ, ଭଦ୍ରକରୁ ୨୧୬ ଜଣ, ଢେଙ୍କାନାଳରୁ ୨୨୦ ଜଣ, ଗଜପତିରୁ ୧୦୪ ଜଣ, ଯାଜପୁରରୁ ୩୦୭ ଜଣ, ଝାରସୁଗୁଡ଼ାରୁ ୩୬୮ ଜଣ,ଗଞ୍ଜାମରୁ ୨୪୫ ଜଣ, ଜଗତସିଂହପୁରରୁ ୨୭୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କଳାହାଣ୍ଡିରୁ ୨୬୩ ଜଣ, ସମ୍ବଲପୁରରୁ ୪୯୪ ଜଣ, ସୋନପୁରରୁ ୧୯୫ ଜଣ, ସୁନ୍ଦରଗଡ଼ରୁ ୭୭୪ ଜଣ, କନ୍ଧମାଳରୁ ୬୯ ଜଣ, କେନ୍ଦ୍ରାପଡ଼ାରୁ ୧୮୫ ଜଣ, ମାଲକାନଗିରିରୁ ୪୮ ଜଣ, ମୟୂରଭଞ୍ଜରୁ ୪୦୪ ଜଣ, ନବରଙ୍ଗପୁରରୁ ୨୦୭ ଜଣ, ନୟାଗଡ଼ରୁ ୩୫୭ ଜଣ, ନୂଆପଡ଼ାରୁ ୩୩୧ ଜଣ, ପୁରୀରୁ ୩୩୫ ଜଣ, ରାୟଗଡ଼ାରୁ ୧୬୩ ଜଣ, କେନ୍ଦୁଝରରୁ ୧୭୫ ଜଣ, ଖୋର୍ଦ୍ଧାରୁ ୧୫୫୭ ଜଣ, କୋରାପୁଟରୁ ୧୬୪ ଜଣ, ଷ୍ଟେଟ ପୁଲରୁ ୨୬୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।