Odia News Portal

ବଢୁଛି ସଂକ୍ରମଣ: ଦିନକରେ ୧୨୩୯୦ ପଜିଟିଭ୍

*କମିବା ବଦଳରେ ଦିନକୁ ଦିନ ବୃଦ୍ଧି ପାଉଛି ସଂକ୍ରମଣ ।
*ଫେଲ୍ ମାରୁଛି କି ରାଜ୍ୟ ସରକାରଙ୍କ ଲକଡାଉନ୍ ନିୟମ !

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୨୩୯୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୮୮୬୮୭ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୪୫୨ ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୬୯୩୮ ଜଣ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୫୩୨ଜଣ, ବାଲେଶ୍ୱର ଜିଲ୍ଲାରୁ ୩୪୦ଜଣ, ବୌଦ୍ଧ ଜିଲ୍ଲାରୁ ୨୨୮ଜଣ, କଟକ ଜିଲ୍ଲାରୁ ୭୧୯ଜଣ, ଦେଓଗଡ଼ ଜିଲ୍ଲାରୁ ୧୦୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୭୪ଜଣ, ଗଜପତି ଜିଲ୍ଲାରୁ ୧୧୫ଜଣ, ଗଞ୍ଜାମ ଜିଲ୍ଲାରୁ ୩୮୭ଜଣ, ଜଗତସିଂହପୁର ଜିଲ୍ଲାରୁ ୨୫୯ଜଣ, ବରଗଡ଼ ଜିଲ୍ଲାରୁ ୫୦୭ଜଣ, ଭଦ୍ରକ ଜିଲ୍ଲାରୁ ୪୧୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୬୧ଜଣ,କନ୍ଧମାଳ ଜିଲ୍ଲାରୁ ୧୦୨ଜଣ, ଯାଜପୁର ଜିଲ୍ଲାରୁ ୪୩୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୧୩ଜଣ, କଳାହାଣ୍ଡି ଜିଲ୍ଲାରୁ ୨୧୦ଜଣ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩୭ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି କେନ୍ଦୁଝର ଜିଲ୍ଲାରୁ ୨୦୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୨୦୧ଜଣ, ନୟାଗଡ଼ ଜିଲ୍ଲାରୁ ୩୦୧ଜଣ, ନୂଆପଡ଼ା ଜିଲ୍ଲାରୁ ୨୦୪ଜଣ, ପୁରୀ ଜିଲ୍ଲାରୁ ୪୬୯ଜଣ, କୋରାପୁଟ ଜିଲ୍ଲାରୁ ୨୪୬ଜଣ, ମାଲକାନଗିରି ଜିଲ୍ଲାରୁ ୧୦୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୪୮୦ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୬୨ଜଣ, ରାୟଗଡ଼ା ଜିଲ୍ଲାରୁ ୧୮୭ଜଣ, ସମ୍ବଲପୁର ଜିଲ୍ଲାରୁ ୬୭୭ଜଣ, ସୋନପୁର ଜିଲ୍ଲାରୁ ୧୭୮ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮୮୨ଜଣ, ଷ୍ଟେଟ୍‌ ପୁଲ୍‌ରୁ ୩୫୨ ରହିଛନ୍ତି ।